ଜୟପାଟଣା/କୋକସରା: ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡା ଗାଁ ମଝିରେ ଥିବା ଏକ ବରଗଛରୁ ଜଣେ ଯୁବକଙ୍କ ଝୁଲାନ୍ତ ଶବ ଜୟପାଟଣା ପୁଲିସ ସୋମବାର ଉଦ୍ଧାର କରିଛି। ମୃତ ଯୁବକ ଜଣକ କୋକସରା ଥାନା ଅନ୍ତର୍ଗତ ମୂଷାପାଲି ଗ୍ରାମର ଘେନୁ ମାଝୀଙ୍କ ପୁଅ ତ୍ରିଲୋଚନ (୨୨) ବୋଲି ଜଣାପଡିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରି ପରିବାର ଲୋକକୁ ହସ୍ତାନ୍ତର କରିଛି। ଏନେଇ ଜୟପାଟଣା ଥାନାରେ ଏକ ଅପମୃତ୍ୟୁ ମୁଜୁ ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସର୍ଗିଗୁଡା ଗ୍ରାମର କିଛି ଲୋକ ସୋମବାର ଭୋର ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଗାଁରେ ଥିବା ବରଗଛରେ ଶବ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ତ୍ରିଲୋଚନର ବାପା ତଥା ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ତ୍ରିଲୋଚନଙ୍କ ବାପାଙ୍କ ଅଭିଯୋଗ ରବିବାର ଅପରାହ୍ନ ଟା ସମୟରେ କେହି ଜଣେ ପୁଅକୁ ଫୋନ କରିବାରୁ ସେ ଘରୁ ବାହାରି ଯାଇ ଆଉ ଫେରି ନଥିଲା। ତେବେ ତ୍ରିଲୋଚନ କେଉଁ ପରିସ୍ଥିତିରେ ସର୍ଗିଗୁଡା ପହଞ୍ଚି କାହିଁକି ଆତ୍ମହତ୍ୟା କରିଛି ସେ ନେଇ କାରଣ ଅସ୍ପଷ୍ଟ ଥିଲେ ମଧୢ ପ୍ରେମ ସମ୍ପର୍କ ଯୋଗୁଁ ସେ ଆତ୍ମହତ୍ୟା କରିଥାଇ ପାରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଘଟଣାର ତଦନ୍ତ ଜାରି ରହିଥିବା ଜୟପାଟଣା ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି।
ବରଗଛରୁ ଯୁବକଙ୍କ ଝୁଲାନ୍ତା ଶବ ଉଦ୍ଧାର
ପ୍ରେମଜନିତ ସମ୍ପର୍କରୁ ଆତ୍ମହତ୍ୟା ସନ୍ଦେହ
/sambad/media/post_attachments/wp-content/uploads/2018/10/hangmans-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)