ବାଇକ୍‌ ଦୁର୍ଘଟଣାରେ ଯୁବକ ଗୁରୁତର

ଭବାନୀପାଟଣା: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଅଟାଙ୍ଗଗୁଡ଼ାରେ ହୋଇଥିବା ବାଇକ୍‌ ଦୁର୍ଘଟଣାରେ ଜୁନାଗଡ଼ ଥାନା ଅନ୍ତର୍ଗତ ଝିକିପଡ଼ା ଗାଁର ଜ୍ୟୋତିଷ ମାଝୀ(୨୦) ଗୁରୁତର ଆହତ ହୋଇଛନ୍ତି। ଜ୍ୟୋତିଷ ବୁଧବାର ସଂଧ୍ୟାରେ ବାଇକ୍‌ (ଓଆର ୦୮ଜି ୯୩୧୮)ରେ ଆସୁଥିବା ବେଳେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଅଟାଙ୍ଗଗୁଡ଼ାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଗୁରୁତର ଅବସ୍ଥାରେ ୧୦୮ଆମ୍ବଲାନ୍ସ ଯୋଗେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର