ଘୁ.ଉଦୟଗିରି: କରୋନା କାଳରେ ସ୍ଥାନୀୟ ଅଞ୍ଚଳରେ ଲୁକ୍କାୟିତ ଅବସ୍ଥାରେ ଥିବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ କୁ ସ୍ଥାନୀୟ ଅଞ୍ଚଳର ଯୁବ ଗୋଷ୍ଠୀ ବାହାର କରିବା ସହ ସୋସିଆଲ ମିଡ଼ିଆରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ଫୋଟ ଭିଡିଓ ଛାଡ଼ି ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିପାରିଛନ୍ତି। ଏହିଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ହିଲଟପ କାଲିଗାଡୁକୁ ଖୋଜି ବାହାର କରିବା ପରେ ଏହି ସ୍ଥାନକୁ ପ୍ରତି ଦିନ ଶହଶହ ପର୍ଯ୍ୟଟକ ଯିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି।କିଛି ଦିନ ଭିତରେ ହଜାର ହଜାର ପର୍ଯ୍ୟଟକ ଏହି ହିଲଟପକୁ ବୁଲିବାକୁ ଆସୁଛନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ସୁନ୍ଦର ହିଲଟପ। ଏହି ହିଲଟପ କୁ ରାସ୍ତାଟିଏ ନାହିଁ। ଘୁ.ଉଦୟଗିରି ସହରରୁ ୮କିମି ଦୂରରେ ଅବସ୍ଥିତ ଏହି କାଲିଗାଡୁ ହିଲଟପ। ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତର ମୁକୁଲିଙ୍ଗିଆ ଗାଁ ନିକଟରେ ଅବସ୍ଥିତ। ସିର୍କୀ ଗାଁ ଠାରୁ ମୁକୁଲିଙ୍ଗିଆ ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନ ଥିବା ବେଳେ ମୁକୁଲିଙ୍ଗିଆଠାରୁ କିଛି ରାସ୍ତା ଗଲା ପରେ ଆଉ ଆଗକୁ ଗାଡି ଯାଇପାରୁନାହିଁ। ସେଇ ସ୍ଥାନରେ ଗାଡି ରଖି ୫୦୦ମିଟର ପାହାଡ଼ ଚଢି ଯିବାକୁ ପଡ଼େ, କାଲିଗାଡୁ ଏକ ହିଲଟପ ସମୁଦ୍ର ପତନ ଠାରୁ ହଜାର ହଜାର ମିଟର ଉଚ୍ଚତାରେ ଅବସ୍ଥିତ ।ସୌନ୍ଦର୍ଯ୍ୟର ଗନ୍ତାଘର ପ୍ରକୃତିର ଅବଦାନ କାଲିଗାଡୁ ହିଲଟପ। ସବୁଜ ଘଞ୍ଚ ଜଙ୍ଗଲ ସାଙ୍ଗକୁ ଥାକ ଥାକ ହୋଇ ସୁସଜ୍ଜିତ ହୋଇ ରହିଛି ପାହାଡ଼ ପର୍ବତ।
/sambad/media/post_attachments/wp-content/uploads/2023/11/a87696a5-83bc-433e-9494-f2f50d3a751f-1024x576.jpg)
ବର୍ତ୍ତମାନ ଉକ୍ତ ସ୍ଥାନରେ ଭାଷା ବାଦଲ ଖଣ୍ଡ ସାଙ୍ଗକୁ ସବୁଜ ବିନାନୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ହିଲଟପ ଉପରୁ ସୁଦୂର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ରସଲକୁଣ୍ଡା ଘାଇ,ଡହ ଘାଇ ଦେଖାଯିବା ସହ କନ୍ଧମାଳ ଜିଲ୍ଲା ସୀମାକୁ ଲାଗି ରହିଥିବା ଗଞ୍ଜାମ ଜିଲ୍ଲାର ବହୁ ଗ୍ରାମ ଏହି ହିଲଟପରୁ ଦୃଶ୍ୟମାନ ହେଉଛି ଏହି ହିଲଟପ ଠାରୁ ପୁଣି କିଛି ବାଟ ଆଉ ଗୋଟିଏ ପାହାଡ଼ ଚଢିଲେ ଆହୁରି ଉଚ୍ଚରୁ ମଜ୍ଜା ନେଇପାରିବେ। ସ୍ଥାନୀୟ ମୁକୁଲିଙ୍ଗିଆ ଗ୍ରାମବାସୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହି କାଲିଗାଡୁ ହିଲଟପର ଉନ୍ନତି ସହ ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ରାସ୍ତା ବାହାର କରି ସମ୍ପୂର୍ଣ୍ଣ ଅଞ୍ଚଳ ସଫାସୁତରା କରିବା ସହ ଗାଡି ପାର୍କିଂ ସୁବିଧା,କରିବା ସହ ହିଲଟପରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଦୋକାନ କରି ପର୍ଯ୍ୟଟକଙ୍କୁ ଖାଦ୍ୟ ପାନୀୟର ବ୍ୟବସ୍ଥା କରିବା ସହ ରୋଜଗାର ମଧ୍ୟ କରୁଛନ୍ତି। ମୁକୁଲିଙ୍ଗିଆ ଗ୍ରାମବାସୀ ଏକ କମିଟି କରି ଏହି ପର୍ଯ୍ୟଟନ କ୍ଷେତ୍ରରେ କିଭଳି ଉନ୍ନତି ହେବ ବାହାରୁ ଆସୁଥିବା ପର୍ଯ୍ୟଟକମାନେ କିଭଳି ସୁରକ୍ଷିତ ଭାବେ ହିଲଟପକୁ ଯାଇ ପୁଣି ଫେରିବେ ତା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି। ସରକାରଙ୍କ ସହଯୋଗ ବିନା ସାହାଯ୍ୟରେ ଆଜି ପର୍ଯ୍ୟନ୍ତ ମୁକୁଲିଙ୍ଗିଆ ଗ୍ରାମବାସୀ କାଲିଗାଡୁ ହିଲଟପରେ ପର୍ଯ୍ୟଟକଙ୍କ ନିମନ୍ତେ ସୁବିଧା ଯୋଗେଇ ପ୍ରଶଂସାର ପାତ୍ର ହୋଇଥିବା ବେଳେ ଏହି ସ୍ଥାନକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ମୁକୁଲିଙ୍ଗିଆ ଗ୍ରାମବାସୀଙ୍କ ଏହି କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରୁଛନ୍ତି।
/sambad/media/post_attachments/wp-content/uploads/2023/11/595d0183-0358-4f29-a861-4b0c16ed2812-1024x576.jpg)
ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ କାଲିଗାଡୁ ହିଲଟପକୁ ରାସ୍ତା ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ଆସିବା ପରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା ହେଲେ କିଛିଦିନ କାର୍ଯ୍ୟ ପରେ କାମ ବନ୍ଦ ପଡିଛି। କାର୍ଯ୍ୟ ବନ୍ଦ କରିବାର ସଠିକ କାରଣ ଜଣା ପଡୁ ନଥିବା ବେଳେ ପୁଣି ୫ଟି ସଚିବଙ୍କ ଘୁ.ଉଦୟଗିରି ଗସ୍ତ ସମୟରେ ହିଲଟପର ବିକାଶ ପାଇଁ ପୁଣି ପର୍ଯ୍ୟାପ୍ତ ଅନୁଦାନ ଘୋଷଣା କରିଥିଲେ ହେଲେ ଆଜି ପର୍ଯ୍ୟନ୍ତ ମାଟି ମୁଠାଏ ପଡିଲା ନାହିଁ। ଶୀତ ଋତୁ ଆରମ୍ଭରୁ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ରାଜ୍ୟ ସରକାର ହିଲଟପର ବିକାଶ ପାଇଁ ଅନୁଦାନ ପ୍ରଦାନ କରିବା ସତ୍ତ୍ୱେ ଆଖି ଦୃଶିଆ କାର୍ଯ୍ୟ ନହୋଇପାରିବାର କାରଣ କଣ ପୁଣି ବିକାଶ କାର୍ଯ୍ୟର ଅଧାରେ ବନ୍ଦ ହେବା ପଛର ରହସ୍ୟ କଣ? ଏଣୁ ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ ଏବଂ ବନବିଭାଗ ଏହି ସ୍ଥାନକୁ ସ୍ୱତନ୍ତ୍ର ଧ୍ୟାନ ଦେଇ କାଲିଗାଡୁ ହିଲଟପ ଉନ୍ନତି ସହ ପର୍ଯ୍ୟଟକଙ୍କ ନିମନ୍ତେ ମୌଳିକ ସୁବିଧା ଯଥା ଯାତାୟତ ନିମନ୍ତେ ପକ୍କା ରାସ୍ତା,ପିଇବା ପାଣି, ଶୌଚାଳୟ,ବିଶ୍ରାମ ଗୃହ, ହିଲଟପ ଚାରିପାଖ ସୁରକ୍ଷା ପାଚେରୀ,ବଣଭୋଜି ନିମନ୍ତେ ସୁବନ୍ଦୋବସ୍ତ କଲେ ଜିଲ୍ଲା, ରାଜ୍ୟ ବାହାରୁ ଏବଂ ବିଦେଶ ପର୍ଯ୍ୟଟକଙ୍କ ଆଗମନ ହେବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ରୋଜଗାର ବଢିବା ସହ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/da5c8db5-3a55-4f01-a7ae-da247edbcaa9.jpg)