ଛୁଟି ଦିନରେ ହାତରେ କୋଡି କୋଦାଳ ଧରି ରାସ୍ତା ସଫା କଲେ ବିଡିଓ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ବିଡିଓ ଉମାଶଙ୍କର ଦଳାଇ ଓ ଚେୟାରମ୍ୟାନ ମାଲା ମାଢି ହାତରେ କୋଦାଳ ଧରି ସଫେଇ କାର୍ଯ୍ୟରେ ଯୋଗ ଦେବାର ଚିତ୍ର ଏବେ ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତକାଲି ରବିବାର ଥିବାରୁ ବିଡିଓ ଉମାଶଙ୍କର ଦଳାଇ ହାତରେ କୋଡି କୋଦାଳ ଧରି କାଲିମେଲା ରାସ୍ତା ଉଭୟ ପାର୍ଶ୍ୱରେ ଥିବା ପଲିଥିନ ଓ ଆବର୍ଜନାକୁ ସଫା କରିଥିଲେ। ଏଥିରେ ବ୍ଲକ ଅଧ୍ୟକ୍ଷ ମାଲା ମାଢୀ ମଧ୍ୟ ବିଡିଓଙ୍କ ସହ ଯୋଗ ଦେଇଥିଲେ। ରାଜରାସ୍ତା ଠାରୁ ଆରମ୍ଭ କରି ମନ୍ଦିର ପରିସର, ନାଳ ନର୍ଦମା ସଫେଇ କାମରେ ବିଡିଓ ଓ ଚେୟାରମ୍ୟାନଙ୍କୁ ଦେଖି କିଛି ସରକାରୀ କର୍ମୀ ଓ ସ୍ଥାନୀୟ ଯୁବକମାନେ ତାଙ୍କ ସହ ଯୋଗ ଦେଇଥିଲେ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ବିଡିଓ ଉମାଶଙ୍କର ଦଳାଇ ଓ ଚେୟାରମ୍ୟାନ ମାଲା ମାଢି ଏହି ଦୁଇ ଜଣଙ୍କ ସ୍ୱଚ୍ଛତା ବାର୍ତ୍ତା ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।

ସମ୍ବନ୍ଧିତ ଖବର