ମୂଲ୍ୟବାନ ସରକାରୀ ଜମି ମାଫିଆଙ୍କ ହାତରେ, ପୁଣି ସନ୍ଦେହ ଘେରରେ କାଲିମେଳା ତହସିଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗ କାଲିମେଳା ତହସିଲ ପୁଣି ସ‌ନ୍ଦେହ ଘେରକୁ ଆସିଛି। ସହର ପାର୍ଶ୍ସରେ ଜାତୀୟ ରାଜପଥ କଡରେ ଥିବା ମୂଲ୍ୟବାନ ଜମି ଏବେ ମାଫିଆ ମାନଙ୍କ କବଜାରେ। ପ୍ରଶାସନ ଗତ ଦୁଇବର୍ଷ ତଳେ ଏହି ମୂଲ୍ୟବାନ ଜମିକୁ ସରକାରୀ କାର୍ଯ୍ୟରେ ବ୍ୟବହୃତ ପାଇଁ ସୁରକ୍ଷିତ ରଖିବା ପାଇଁ ବାଡ ପକାଇଥିଲା। କିନ୍ତୁ ବର୍ଷକ ମଧ୍ୟରେ ଏବେ ସେହି ଜାଗାରେ ମାଫିଆ ମାନେ ଧିରେ ଧିରେ ବାଡକୁ ଭାଙ୍ଗି ଉଚ୍ଚ ଅଟ୍ଟାଳିକା କାମ ଆରମ୍ଭ କରିଛନ୍ତି।ଏହି ମୂଲ୍ୟବାନ ଜମି ସହରକୁ ଲାଗିଥିବା ବେଳେ ଜାତୀୟ ରାଜପଥ ୩୨୬ କଡରେ ରହିଛି। ଯାହାକୁ ନେଇ ସନ୍ଦେହ ଘେରରେ ଆସିଛି ତହସିଲ। ଖବର ନେବାରୁ ଜଣାପଡିଥିବା ଯେ ତହସିଲ କର୍ମଚାରୀଙ୍କ ଜାଣତରେ ଏଭଳି ଅଟ୍ଟାଳିକା ନିର୍ମାଣ ହେଉଥିବା ଜଣାପଡିଛି। ଏଥିପାଇଁ  କର୍ମଚାରୀମାନେ ଜମି ମାଫିଆଙ୍କ ଠାରୁ ମୋଟ ଅଙ୍କର ଟଙ୍କା ନେଇଥିବା ଶୁଣିବାକୁ ମିଳୁଛି। ଏଠି ପ୍ରଶ୍ନ ଉଠୁଛି ଜାତୀୟ ରାଜପଥ କଡରେ ସରକାରୀ ଜମିରେ ଅଟ୍ଟାଳିକା ଚାଲୁଥିଲେ ମଧ୍ୟ କିଭଳି କୌଣସି ତହସିଲ କର୍ମଚାରୀ ଏବଂ ତହସିଲଦାରଙ୍କ ନଜରକୁ ଆସିଲା ନାହିଁ, ଯାହାକୁ ନେଇ ପୁଣି ସନ୍ଦେହ ଘେରରେ କାଲିମେଳା ତହସିଲ। ବିଗତ ଦିନରେ କାଲିମେଳା ତହସିଲରେ ପୂର୍ବତନ ତହସିଲଦାର ସରକାରୀ ଜମିକୁ ବେଆଇନ ପଟ୍ଟା ଯୋଗାଇ ନିଳମ୍ବିତ ହୋଇଥିଲେ। ଯାହାର ତଦନ୍ତ ଏବେ ବି ଚାଲିଥିବା ବେଳେ ତହସିଲ କର୍ମଚାରୀ ଏବେ ମଧ୍ୟ ମୂଲ୍ୟବାନ ସରକାରୀ ଜମିକୁ ମାଫିଆଙ୍କ ହାତରେ ଟେକିଦେବା ସହ ଅଟ୍ଟାଳିକା ନିର୍ମାଣ କରିବାରେ ସୁରକ୍ଷା ଦେବା କେତେ ଯୁକ୍ତିଯୁକ୍ତ। ଯାହାକୁ ନେଇ ଏବେ କାଲିମେଳା ସହରରେ ବେଶ ଚର୍ଚ୍ଚା ହେଉଛି।

ସରକାର ୫-ଟି ବ୍ୟବସ୍ଥା କରିବା ସହ ପ୍ରଶାସନ ସ୍ବଚ୍ଛ ସେବା ଯୋଗାଇବା ପାଇଁ ବିଭିନ୍ନ ଯୋଜନା ହେଉଥିବା ବେଳେ ଦିନ ଦ୍ବିପହରରେ ଏଭଳି ବେଆଇନ କାମ ସରକାରୀ କର୍ମଚାରୀ ମାନେ ମୋଟା ଅଙ୍କର ଉତ୍କୋଚ ନେଇ ଶାଗ ମାଛ ଦରରେ ମୂଲ୍ୟବାନ ଜମିକୁ ଟେକି ଦେଉଛନ୍ତି। ତେବେ ଆଗାମୀ ଦିନରେ ଯଦି କୌଣସି ସରକାରୀ ପ୍ରକଳ୍ପ ନିର୍ମାଣ କରାଯାଏ ତେବେ ଆଉ ସରକାରୀ ଜମି ମିଳିବ ନାହିଁ ବୋଲି ଆଲୋଚନା ଜୋର ଧରିଛି। ତହସିଲ ନିଜେ ଜାଗାକୁ ବାଡ ପକାଇ ରଖିଥିବା ବେଳେ କିପରି ଏହା ବାଡ ଭାଙ୍ଗି ମାଫିଆ ମାନେ ନିଜ କବଜାକୁ ନେଇ ତାହାକୁ ନେଇ ନାମା ପ୍ରଶ୍ନ ଉଙ୍କି ମାରୁଛି।କାଲିମେଳା ଅଞ୍ଚଳ ଏବଂ ବ୍ୟବସାୟୀକ ଦୃଷ୍ଟିରେ ଏକ ବଡ ବଜାର ହେବାକୁ ଯାଉଥିବାରୁ ମାଫିଆ ମାନେ ତହସିଲ କର୍ମଚାରୀଙ୍କୁ ହାତରେ ରଖି ସରକାରୀ ଜମିକୁ ହଡପ କରିବାକୁ ଯୋଜନା କରି ସଫଳ ହେଉଛନ୍ତି। କାଲିମେଳା ତହସିଲଦାରଙ୍କ ନାକ ତଳେ ଏତେ ମୂଲ୍ୟବାନ ଜମିକୁ ମାଫିଆ ମାନେ ନିଜ କବଜାକୁ ନେଇ ଅଟ୍ଟାଳିକା ନିର୍ମାଣ କରୁଥିବା ବେଳେ ସେ କିପରି ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯଦି ତୁରନ୍ତ ଏଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନନେବ ତେବେ ଆଗକୁ ଆହୁରି ବହୁ ସରକାରୀ ଜମି ହାତରୁ ଖସିବ ବୋଲି ଆଲୋଚନା ଜୋର ଧରିଛି। ଏନେଇ କାଲିମେଳା ତହସିଲଦାରଙ୍କୁ ପଚାରିବାରୁ ସେ କିଛି ନଜାଣିଲା ଭଳି ବ୍ୟବହାର କରି ଏହାର ତଦନ୍ତ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର