କାଳୀପୂଜା ଆରମ୍ଭ: ସୂର୍ଯ୍ୟୋପରାଗ ଯୋଗୁ ପ୍ରଥମ ଦିନରେ ମଣ୍ଡପକୁ ଆସିଲେନି ଭକ୍ତ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ଆମ୍ବାଗୁଡା, ବିଜେ-୨, କୁମୁଲିପୁଟ ଓ ରଣ୍ଡାପାଲ୍ଲୀରେ ଆରମ୍ଭ ହେଇଛି ପ୍ରସିଦ୍ଧ କାଳୀପୂଜା। ପୂର୍ବରୁ ମା’ଦୁର୍ଗାଙ୍କ ପୂଜା ବିଜେ-୨, ବିଜେ-୨, କୁମୁଲିପୁଟ ଓ ରଣ୍ଡାପାଲ୍ଲୀରେ କରାଯାଇଥିବାରୁ ଏହି ମଣ୍ଡପରେ ଛୋଟ ମୂର୍ତ୍ତି ରଖି ପାରମ୍ପରିକ ରିତିନୀତିରେ ପୂଜା ଅର୍ଚ୍ଚନା କରାଯାଇଛି। ଆସନ୍ତାକାଲି ସକାଳୁ ଏହି ତିନୋଟି ସ୍ଥାନର ମୂର୍ତ୍ତିକୁ ରିତିନୀତରେ ପୂଜା କରି ବିସର୍ଜନ କରାଯିବ ବୋଲି ସୂଚନା ମିଳିଛି। ଆମ୍ବାଗୁଡା ମା’କାଳୀଙ୍କ ପୂଜା ଗତକାଲି ରାତିରେ ହୋମଯଞ ଆଦି କରାଯାଇ ଆରମ୍ଭ ହୋଇଥିଲା। ମା’ ଙ୍କ ଏହି ମହାକାଳୀ ବେଶ ପୂଜା ଦେଖିବା ପାଇଁ ହଜାର ହଜାର ଭକ୍ତ ରୁଣ୍ଡ ହୋଇଥାନ୍ତେ। ମାତ୍ର ଆଜି ସୂର୍ଯ୍ୟୋପରାଗ କଟକଣା ପାଇଁ ସମସ୍ତ ନୀତି କାନ୍ତି ଓ ପୂଜା ଅର୍ଚ୍ଚନା ବନ୍ଦ ରହିବା ସହ ଭକ୍ତ ଦର୍ଶନ କରିବାକୁ ବି ଆସିନଥିଲେ। ଆସନ୍ତାକାଲି ସକାଳୁ ପୁଣି ହୋମଯଞ୍ଜ ଆଦି କରାଯିବା ପରେ ସର୍ବସାଧାରଣ ଦର୍ଶନ ପାଇଁ ଛଡାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ଆସନ୍ତାକାଲି ଠାରୁ ସ୍ବତନ୍ତ୍ର ଭାବେ ଏଠାରେ କିଛଡ଼ି ‌ ଓ ପାୟସ ଭୋଗ କରାଯାଇ ଶ୍ରଦ୍ଦାଳୁ ଭକ୍ତଙ୍କୁ ବିତରଣ କରାଯିବ। ରବିବାର ଦିନ ମା’ଙ୍କ ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବ। ଗତକାଲି ପୁରୁଣାଗଡ଼ସ୍ଥ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ପରିସରରେ ଯଥା ରୀତି ପୂଜା ଅର୍ଚ୍ଚନା ଆରମ୍ଭ କରାଯାଇଥିଲା। ମନ୍ଦିରକୁ ରଂଗୀନ ଆଲୋକସଜ୍ଜାରେ ସଜ୍ଜିତ କରାଯାଇଛି। ଗତକାଲି ମନ୍ଦିରରେ ମହାସ୍ନାନ ପରେ ସର୍ବସାଧାରଣ ଦର୍ଶନ ପାଇଁ ଭକ୍ତଙ୍କୁ ଛଡାଯିବ। ସେଭଳି ସହରର ବିଭିନ୍ନ ଦେବୀ ପୀଠ ଗୁଡ଼ିକରେ ବି ମା’ଙ୍କ ପୂଜା କରାଯାଇଥିଲା।

ସମ୍ବନ୍ଧିତ ଖବର