କାଳିଆପାଣି : ଲଗାଣ ବର୍ଷା ପାଇଁ ଆଜି ଅପରାହ୍ଣରୁ ଖଣିଅଞ୍ଚଳର ଲାଇଫ୍ ଲାଇନ୍ କୁହାଯାଉଥିବା ଡମଶାଳ ନାଳରେ ବଢ଼ିପାଣି ଆସିଛି। ଯାଜପୁର-ଢେଙ୍କାନାଳ ଜିଲ୍ଲା ସୀମାନ୍ତରେ ଥିବା ଡମଶାଳ ସେତୁ ଉଛୁଳି ପଡ଼ିଛି। ଏଥିପାଇଁ କଲରଙ୍ଗିରୁ କାଠପାଳକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ ଓ କାଠପାଳ ବଜାର ଯିବାକୁ ଥିବା ଏକାଧିକ ଯାତ୍ରୀବାହୀ ବସ୍ ଓ ବହୁ ଟ୍ରକ୍ କଲରଙ୍ଗିରେ ଅଟକି ରହିଥିବା ଦେଖିବାକୁ ମିଳିଛି। ସମାନ ଅବସ୍ଥା କାଠପାଳ ପାଖ କୋଚିଲାବାଙ୍କରେ ଦେଖିବାକୁ ମିଳିଛି। ସଂଧ୍ୟା ସୁଦ୍ଧା ସେତୁ ଉପରେ ଅଢ଼େଇରୁ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି। ଏଠାରେ ପ୍ରଖର ସ୍ରୋତ ଥିବାରୁ ଅପରପାର୍ଶ୍ବରେ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା କାଠପାଳ ବଜାର ଓ ବେଦାନ୍ତ-ଫେକର କଲୋନିକୁ ଯାତାୟତ ଠପ୍ ହୋଇଯାଇଛି। ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେବା ସହ ଜରୁରି କାର୍ଯ୍ୟରେ କାଠପାଳ ଯିବାକୁ ହେଲେ ୨୦ କିଲୋମିଟର ବୁଲି ଯିବାକୁ ପଡ଼ୁଛି।
ଉଛୁଳିଲା ଡମଶାଳ ସେତୁ, କଲରଙ୍ଗି-କାଠପାଳ ବିଚ୍ଛିନ୍ନ
/sambad/media/post_attachments/wp-content/uploads/2021/09/WhatsApp-Image-2021-09-13-at-22.00.37.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)