ବିନା ଅନୁମତିରେ ପ୍ରଦର୍ଶନୀ ଆୟୋଜନ, ତିରୁପତି କଲ୍ୟାଣ ମଣ୍ଡପକୁ ସିଲ୍ କଲା ବିଏମସି

ଭୁବନେଶ୍ବର : ବିନା ଅନୁମତିରେ ସିଲକ ଇଣ୍ଡିଆ ବସ୍ତ୍ର ପ୍ରଦର୍ଶନୀ ଆୟୋଜନ କରୁଥିବାରୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ଜୟଦେବ ବିହାର ଛକରେ ଅବସ୍ଥିତ ତିରୁମଲା ତିରୁପତି ଦେବସ୍ଥାନମ କଲ୍ୟାଣ ମଣ୍ଡପକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରିଦିଆଯାଇଛି ।

ଆଜି ବିଏମସିର ଜୋନାଲ ଡେପୁଟି କମିଶନର (ଦକ୍ଷିଣ-ପୂର୍ବ ଜୋନ) ଅଂଶୁମାନ ରଥ, ବିଏମସି ସହକାରୀ କମିଶନର ( ଏନଫୋର୍ସମେଣ୍ଟ) ଲିଲନ ସାହୁଙ୍କ ନେତୃତ୍ବରେ ବିଏମସିର କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ଜୋନର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଉକ୍ତ କଲ୍ୟାଣ ମଣ୍ଡପରେ ଚଢଉ କରିବା ସହ ତାହାକୁ ସିଲ କରିଦେଇଥିଲେ ।

ରାଜ୍ୟ ସରକାରଙ୍କ କୋଭଡ୍ କଟକଣା ଅନୁସାରେ କୌଣସି ବ୍ୟବସାୟିକ ପ୍ରଦର୍ଶନୀ ଆୟୋଜନ କରିବାକୁ ବାରଣ କରାଯାଇଛି । ଏହା ସତ୍ତ୍ବେ ଉକ୍ତ ମଣ୍ଡପରେ ସିଲକ ଇଣ୍ଡିଆ ବସ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । କୋଭିଡ୍ ଗାଇଡଲାଇନର ଉଲ୍ଲଙ୍ଘନ କରିଥିବାରୁ ତିରୁମଲା ତିରୁପତି ଦେବସ୍ଥାନମ କଲ୍ୟାଣ ମଣ୍ଡପକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରିଦିଆଯାଇଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

 

ସମ୍ବନ୍ଧିତ ଖବର