ପାନୀୟ ଜଳ କଷ୍ଟ; ହାଣ୍ଡି-ଗରା ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା, ଯନ୍ତ୍ରୀଙ୍କ ଲିଖିତ ପ୍ରସ୍ତୁତି ପରେ ଧାରଣାରୁ ଉଠିଲେ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର ସଦର ମହକୁମାରରେ ଦୀର୍ଘ ୧୬ ଦିନ ଧରି ଲୋକଙ୍କୁ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଣି ପିଇବାକୁ ଯୋଗାଇ ଦେଇ ନଥିବାରୁ ଆଜିଚାରିସାହି ମହିଳାମାନେ ରାସ୍ତା ରୋକ କରିଥିଲେ। ଦେଶ ସ୍ଵାଧୀନତାର ୭୬ ବର୍ଷ ପାଳନ କରିବା ପାଇଁ ଅମୃତ ଉତ୍ସବ ପାଳନ କରାଯାଇଛି କିନ୍ତୁ ଲୋକଙ୍କୁ ପିଇବା ପାଣି ମୁନ୍ଦେ ଯୋଗାଇବାରେ ସକ୍ଷମ ହୋଇ ପାରିନି ବ୍ଳକ ପ୍ରଶାସନ କି ଜିଲ୍ଲା ପ୍ରଶାସନ ଗ୍ରାମ୍ୟ ପରିମଳ ବ୍ୟବସ୍ଥାରେ ବିପଯ୍ୟସ୍ଥ ପାଣି ପାଇଁ ଆହାକାର। ଯାହା ଫଳରେ ବଡ଼ ବ୍ରାହ୍ମଣ ସାହି, ସାନ ବ୍ରାହ୍ମଣ ସାହି, ବେହେରା ସାହି, କ୍ୟାମ୍ପ ସାହିର ଶତାଧିକ ମହିଳା ଓ ପୁରୁଷ ରାୟଗଡ଼ା-କଲ୍ୟାଣସିଂହପୁର ମୁଖ୍ୟ ରାସ୍ତାକୁ ଚାରି ସ୍ଥାନରେ ହାଣ୍ଡି ଗରିଆ ଧରି ଆନ୍ଦୋଳନ କରିଥିଲେ।

ବ୍ଳକ ପ୍ରସାସନ ଏବିଡ଼ିଓ ବଳରାମ ପତ୍ର, ପୁଲିସ ଅଧିକାରୀ ମୁକୁନ୍ଦଦେବ ନାୟକ ସରପଞ୍ଚ, ବି ଗୌତମ ଲୋକଙ୍କୁ ବୁଝାସୁଝା କରିଥଲେବି କେହି ଶୁଣି ନଥିଲେ। ଆମକୁ ଯେତେଦିନ ପର୍ଯ୍ୟନ୍ତ ପାଇପ ଲାଇନରେ ପାଣି ଆସିବନି ରାସ୍ତାରୁ ହଟିବୁନି ବୋଲି ରୋକଠୋକ ମନା କରିଥିଲେ। ଯନ୍ତ୍ରୀ ଲିଖିତ ପ୍ରତିଶ୍ରୁତି ଦେବା ‌ପରେ ଉତ୍ତେଜିତ ଲୋକେ ଧାରଣାରୁ ଉଠିଥିଲେ। ଜଳ ଯୋଗାଣ ଯନ୍ତ୍ରୀ ଆଜି ସନ୍ଧ୍ୟା ୫ଟା ସୁଧା ଦିଆଯିବ ଓ ପାଣି ଟାଙ୍କି ଯୋଗାଣ ହେବ ବୋଲି ଲିଖିତ ଆକାରରେ ଦେବାପରେ ରାସ୍ତାରୁ ରାସ୍ତା ରୋକ ଉଠିଥିଲା। ଯଦି କାର୍ଯ୍ୟ କରିବା ସହ ପାଣି ଯୋଗାଇ ଦିଆ ନଯାଏ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମହିଳାମାନେ।

କଲ୍ୟାଣସିଂହପୁର ସଦର ମହକୁମାରରେ ପାଇପ ମରାମତିରେ ଠିକାଦାର ଓ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ଟାଳଟୁଳ ନୀତି ଶାସକ ଓ ପ୍ରଶାସନିକ ଅଧିକାରୀମାନଙ୍କ ଲୋକଙ୍କ ପାଇଁ ରଖିଥିବା ମୌଳିକ ଅଧିକାରକୁ ଭୁଲିଯାଇ ନିଦରେ ଶୋଇ ଥିବାରୁ ଦୀର୍ଘ ୧୬ ଦିନ ହେବ ପିଇବା ପାଣି ପାଇଁ ପାଇନଥିବାରୁ ହଜାର ହଜାର ଲୋକ ନାହିଁ ନଥିବା ହଇରଣ ହେବାକୁ ପଡୁଥିଲେବି ସରକାରଙ୍କ ପକ୍ଷରୁ କୋଣସି ଅଧିକାରୀ କି ଲୋକ ପ୍ରତିନିଧି ଏହି ଅସୁବିଧା ଉପରେ ନଜର ଦେଉ ନ ଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର