ଜିଲ୍ଲା ପ୍ରଶାସନର ନିଷ୍ପତ୍ତି: କାଲିଠୁ ୧୦ ଦିନ କନ୍ଧମାଳ ରହିବ ଲକ୍‌ଡାଉନ

ଫୁଲବାଣୀ: ମହାମାରୀ କରୋନା ଭାଇରସ ଲାଗି ଆସନ୍ତାକାଲି (ବୁଧବାର) ଠାରୁ ଅଗଷ୍ଟ ୭ ତାରିଖ ଯାଏଁ କନ୍ଧମାଳ ଜିଲ୍ଲା ଲକ୍‌ଡାଉନ୍‌ ରହିବ। ଜିଲ୍ଲାପାଳ ଡଃ. ବୃନ୍ଦା ଡି ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।

ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି ଯେ, କଣ୍ଟେନମେଣ୍ଟ ଜୋନ ଅଚଂଳରେ ଅନ୍ୟାଦେଶ ପର୍ଯ୍ୟନ୍ତ ଲକଡାଉନ ରହିବ। ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ଅଗଷ୍ଟ ୭ ତାରିଖ ମଧ୍ୟ ରାତି ପର୍ଯ୍ୟନ୍ତ ସିଲ କରି ଦିଆଯିବ। ଉପ-ଜିଲ୍ଲାପାଳଙ୍କ ଠାରୁ ଅନୁମତି ଆଣି ଲୋକେ ଜରୁରୀକାଳୀନ ସମୟରେ ବାଇକରେ ଯାନବାହାନ ଗୁଡ଼ିକ ଚଳାଇପାରିବେ। ସରକାରୀ କର୍ମଚାରୀମାନେ ଜରୁରୀକାମରେ ଯିବାଆସିବା କରିପାରିବେ। ସେଥିପାଇଁ ସଂପୃକ୍ତ କର୍ମଚାରୀଙ୍କୁ ସରକାରୀ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ।

ଲକଡାଉନରେ କାହାକୁ ଅନୁମତି
-ହସ୍‌ପିଟାଲ, କ୍ଲିନିକ, ନର୍ସିଂହୋମ, ପାଥୋଲୋଜୀ, ଔଷଧ ଦୋକାନ ଖୋଲା ରହିବ। ସେହିଭଳି ଆମ୍ବୁଲାନ୍ସ ସେବା ଜାରି ରହିବ।
-ଜିଲ୍ଲା ଓ ପୌରପାଳିକା ପ୍ରଶାସନ, ପୁଲିସ ଓ ଦମକଳ ସେବା ବନ୍ଦ ରହିବ ନାହିଁ।
-ଟେଲିକମ ସେବା ଓ ପୋଷ୍ଟ ଅଫିସ ସେବା ଚାଲିବ।
-ପେଟ୍ରୋଲ ପମ୍ପଗୁଡ଼ିକ ଖୋଲା ରହିବ।
-କନ୍ଧମାଳ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ପୁଲିସ ଦ୍ୱାରା ଜାରି କରାଯାଇଥିବା ପାସ ଦେଖାଇ ଗଣମାଧ୍ୟମର କର୍ମଚାରୀ ଯାତାୟତ କରିପାରିବେ।
-ଜଳ ଯୋଗାଣ ଓ ସଫେଇ କାମ ଜାରି ରହିବ।
-ଇଲେକ୍ଟ୍ରି ଯୋଗବାଇ ଓ ବିତରଣ କରିବା ବନ୍ଦ ହେବ ନାହିଁ।
-ପୂର୍ବରୁ ଲୋଡ ହୋଇଥିବା ଜିନିଷ ଯାଇପାରିବ।
-କୃଷିକାମ, ଉଦ୍ଦ୍ୟାନ ସଂପର୍କିତ କାମ ଚାଲିବ।
-ଜାତୀୟ ରାଜପଥରେ ପରିବହନ ହୋଇପାରିବ।
-ଆଇଆଇସିଙ୍କ ଅନୁମତି ନେଇ ଅନ୍ତିମ ସଂସ୍କାର କରାଯାଇପାରିବ।

ସମ୍ବନ୍ଧିତ ଖବର