ବନ୍ୟା ଜଳରେ ବାପା-ପୁଅ ଭାସିବା ଘଟଣା: ପୁଅର ମୃତଦେହ ଉଦ୍ଧାର, ଏବେ ବି ବାପା ନିଖୋଜ

ପରିବାରକୁ ଭେଟି ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କଲେ ସାଂସଦ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ବେଳେ ତୁମୁଡିବନ୍ଧ ବ୍ଲକର ବିଲାମାଳ ପଞ୍ଚାୟତର ମୁଣ୍ଡିମାସ୍କ ଗ୍ରାମର ବାପା ଓ ପୁଅ ନାଳ ପାର ହେଉଥିବା ବେଳେ ବନ୍ୟା ଜଳରେ ଗତ ମଙ୍ଗଳବାର ଭାସି ଯାଇଥିଲେ। ପୁଅର ମୃତଦେହ ମିଳିଥିବା ବେଳେ ବାପା ଏବେବି ନିଖୋଜ ଅଛନ୍ତି।

କନ୍ଧମାଳ ସାଂସଦ ଡ଼ଃ ଅଚୁତ ସାମନ୍ତ ଶନିବାର ତୁମୁଡିବନ୍ଧ ଗ୍ରସ୍ତ ବେଳେ ପୂର୍ତ୍ତବିଭାଗ ଡାକବଙ୍ଗଳା ତାଙ୍କ ପରିବାରକୁ ଭେଟି ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏହି ଅବସରରେ ସାଂସଦଙ୍କ ସହିତ ବିଧାୟକ ଚକ୍ରମଣି କହଁର, ପୂର୍ବତନ ବିଧାୟକ ରାଜୀବ ପାତ୍ର, ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର ଓ ବିଜେଡି ସଭାପତି ପ୍ରମୋଦ ସାହୁ ଉପସ୍ଥିତ ଥିଲେ।

ଘଟଣାରୁ ପ୍ରକାଶ ଯେ ଗତ ମଙ୍ଗଳବାର ମୁଣ୍ଡିମାସ୍କ ଗ୍ରାମର ବାପା ଓ ପୁଅ ନାଳ ପାର ବେଳେ ବନ୍ୟା ଜଳରେ ଭାସି ଯାଇଥିଲେ। ପୁଅ ପୂରେନ୍ଦ୍ର ମାଝୀର ମୃତଦେହ ପାଣ୍ଡାରମୁଣ୍ଡାରୁ ମିଳିଥିବା ବେଳେ ଆଜି ପର୍ଯ୍ୟନ୍ତ ବାପା ଦିନ ମାଝୀର କୌଣସି ଖବର ମିଳି ନାହିଁ। ଗାଁ ଓ ପରିବାର ଲୋକ ଏବେ ବି ଖୋଜା ଖୋଜି କରୁଛନ୍ତି।

ସମ୍ବନ୍ଧିତ ଖବର