ଫୁଲବାଣୀ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କନ୍ଧମାଳ ଏସପି। ଦୁର୍ଘଟଣାରେ ଗୁରୁତର ୨ ଯୁବକଙ୍କୁ ନିଜ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ମାନବିକତାର ଉଦାହରଣ ପାଲଟିଛନ୍ତି। ରିପୋର୍ଟ ଅନୁସାରେ ଗୁରୁବାର ଅପରାହ୍ନରେ କୋର୍ଟ ଛକରେ ଏକ ଦୁର୍ଘଟଣା ଘଟିଥିଲା। ଏଥିରେ ସମୀର ନାୟକ ଓ ରାଜେଶ ଗୌଡ଼ ନାମକ ୨ ଜଣ ଯୁବକ ଗୁରୁତର ହୋଇଥିଲେ। ଉଭୟ ଯୁବକ ଏକ ବାଇକରେ ଦ୍ରୁତ ଗତିରେ ମେଡିକାଲ ଆଡ଼କୁ ଯାଉଥିବା ସମୟରେ ଏକ ଅଟୋକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଏଥିରେ ଖଜୁରୀପଡାର ସମୀର ଓ ଫୁଲବାଣୀର ରାଜେଶ ଗୁରୁତର ଆହତ ହୋଇଥିଲେ।
ସମୀର ଓ ରାଜେଶ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡିଥିବା ବେଳେ ସେହି ବାଟ ଦେଇ ଯାଉଥିବା ଏସପି ପ୍ରତୀକ ଗୀତା ସିଂ ସେଠାରେ ଅଟକି ଯାଇଥିଲେ। ସେ ନିଜ ଗାଡିରେ ଗୁରୁତର ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ। ପୂର୍ବରୁ ଏସପି ଶ୍ରୀ ସିଂ ଜଣଙ୍କୁ ରକ୍ତ ଦେଇ ଓ ଆଉ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଚିକିତ୍ସା ପାଇଁ ନିଜ ଗାଡ଼ିରେ ଚିକିତ୍ସାଳୟ ପଠାଇ ଚର୍ଚ୍ଚାରେ ଥିଲେ। ଆଜି ପୁଣି ମାନବିକତା ଦେଖାଇ ଆହତ ୨ ଜଣଙ୍କୁ ନିଜେ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇବାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/IMG-20191213-WA0054.jpg)