ତୁମୁଡିବନ୍ଧ: ବିଦ୍ୟୁତ ତାର ଲାଗି ରାଜ୍ୟରେ ହାତୀ ମୃତ୍ୟୁ ଘଟଣା ବାରମ୍ବାର ଘଟୁଥିବାରୁ ଏବେ କୌଣସି ପରିସ୍ଥିତିରେ ରିସ୍କ ନେବାକୁ ଚାହୁନି। ଯାହାର ପରିଣାମ ଏବେ ଗ୍ରାମବାସୀଙ୍କୁ ଭୋଗିବାକୁ ପଡୁଛି। ହାତୀ ଚଳପ୍ରଚଳ ଅନୁମାନ କରି ବିଦ୍ୟୁତ ସହଯୋଗ କାଟି ଦିଆଯାଉଛି। ଫଳରେ ଗ୍ରାମବାସୀ ଅନ୍ଧାରରେ ରହିବାକୁ ପଡୁଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ବେଲଘର ରେଞ୍ଜରେ ହାତୀ ଚଳପ୍ରଚଳ କରୁଥିବାରୁ ପାଞ୍ଚ ଦିନ ହେଲା ଲଙ୍କାଗଡ,ଭଣ୍ଠରଙ୍ଗୀ ଓ ଝିରିପାଣି ତିନୋଟି ପଞ୍ଚାୟତର ସମସ୍ତ ଗ୍ରାମ ପାଞ୍ଚ ଦିନ ଧରି ଅନ୍ଧରରେ ରହିଥିଲା। ହେଲେ ଆଜତ ଏସବୁ ଗ୍ରାମକୁ ବିଜୁଳି ସଂଯୋଗ ଦିଆଯାଇଛି । ବିଦ୍ୟୁତ ସଯୋଗ ସ୍ବଭାବିକ ହେବା ପରେ ସ୍ଥାନୀୟ ବାସିନ୍ଦା ଆଶ୍ବସ୍ତ ହୋଇଛନ୍ତି । ବେଲଘର ରେଞ୍ଚ ଝିରିପାଣି ଓ ଭଣ୍ଠାରସିଂ ପଞ୍ଚାୟତ ନିକଟରେ ୧୦ ଟିକିଆ ହାତୀପଲ ବୁଲୁଥିବା ସୂଚନା ପାଇଁ ଏହି ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା। ତେବେ ଏହାକୁ ନେଇ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି କନ୍ଧମାଳ ଜିଲ୍ଲାପାଳ ଳ ବାଲିଗୁଡା ବନଖଣ୍ଡ ଅଧିକାରୀ ଓ ଫୁଲବାଣୀ ବିଦ୍ୟୁତ ନର୍ବାହୀ ଯନ୍ତ୍ରୀଙ୍କୁ ଏନେଥ ଅବଗତ କରିଥିଲେ । ହାତୀ ସୁରକ୍ଷା ନାମରେ ଲୋକଙ୍କୁ ହଇରାଣ କରାନଯାଇ ବନ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷାକରିବାକୁ ସେ ଅନୁାରାଧ କରିଥିଲୋ
ହାତୀ ପାଇଁ ତିନି ପଞ୍ଚାୟତ ଅନ୍ଧାରରେ:ପାଞ୍ଚ ଦିନ ପରେ ବିଦ୍ୟୁତ ଯୋଗାଣ ସ୍ବଭାବିକ
/sambad/media/post_attachments/wp-content/uploads/2018/11/light-bulb-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)