କରୋନା କଟକଣା ବେଳେ ଦୋକାନ ଖୋଲି ଗିରଫ ହେଲେ ୧୧ ଜଣ ବ୍ୟବସାୟୀ

ଫୁଲବାଣୀ: କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ବଜାୟ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା ନିର୍ଦ୍ଦେଶନାମାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି | ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ଦୋକାନ  ନ ଖୋଲିବାକୁ କୁହାଯାଇଥିଲେ ବି କିଛି ବ୍ୟବସାୟୀ ଏହାକୁ ମାନିନାହାନ୍ତି | ଯାହାଫଳରେ ଦୋକାନ ଖୋଲିଥିବାରୁ ଆଜି ଫୁଲବାଣୀରୁ ୧୧ ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି |

କରୋନାକୁ ନେଇ ଦେଶବ୍ୟାପୀ ସତର୍କତା ଚାଲିଥିବା ବେଳେ ଦେଶର ଅର୍ଦ୍ଧାଧିକ ରାଜ୍ୟ ଏବଂ ସହର ଲକଡାଉନ ଘୋଷିତ ହୋଇଛି ।ଓଡ଼ିଶା ସରକାର ମଧ୍ୟ ଆସନ୍ତା ୨୯ ତାରିଖ ରାତି ୯ଟା ଯାଏଁ ଏହି କଟକଣା ଲାଗୁ କରିଛନ୍ତି । ତେବେ ତାଲାବନ୍ଦ ସମୟରେ ରାସନ, ଔଷଧ ଓ ପରିବା ଦୋକାନଗୁଡିକୁ ବାଦ୍ ଦିଆଯାଇଥିବା ବେଳେ ଅତି ଜରୁରୀ ନ ଥିଲେ କେହି ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ସାମାଜିକ ଦୂରତ୍ବ ନିୟମ ନ ମାନିବାରୁ ପୁଲିସ ୮ ଜଣଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି |

ସମ୍ବନ୍ଧିତ ଖବର