କନ୍ଧମାଳରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୨

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ବୁଧବାର ପୂର୍ବାହ୍ନ ୧୧ଟା ୩୩ରେ ରିକ୍ଟର ସ୍କେଲରେ ୩.୨ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଉତ୍ତର ଅକ୍ଷାଂଶ ୧୯.୮୦ ଓ ଦ୍ରାଘିମା ୮୪.୧୦ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଦକ୍ଷିଣ ଓଡ଼ିଶାର ରାୟଗଡା ଠାରେ ଥିବା ସିସମୋଲୋଜିକାଲ ଅବଜରଭେଟରୀ କାର୍ଯ୍ୟାଳୟର ଉତ୍ତରରେ ୧୦୦ କିଲୋମିଟର ଓ ଭୂବନେଶ୍ୱରରୁ ଦକ୍ଷିଣ ଦିଗରେ ୨୮୦ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଭୁବନେଶ୍ୱର ଆଇଏମ୍‌ଡିର ଆଞ୍ଚଳିକ ନିର୍ଦ୍ଦେଶକ ଶରତ ସାହୁ ସୂଚନା ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଭୂକମ୍ପରେ କୌଣସି ପ୍ରକାରର ଧନଜୀବନ କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର