ବାଲିଗୁଡ଼ା: କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ପୁଲିସ ରବିବାର ଜୁଆ ଆଡ୍ଡା ଉପରେ ଚଢ଼ଉ। ଏହି ଚଢ଼ଉ ବେଳେ ୩୧ ଜଣ ଗିରଫ ହୋଇଛନ୍ତି। ଘଟଣାସ୍ଥଳରୁ ୮ଟି ବାଇକ୍ ଏବଂ ୨୪ଟି ମୋବାଇଲ ଫୋନ୍ ଜବତ ହୋଇଛି।
ଦାରିଙ୍ଗବାଡି ଥାନା ପୁଲିସର ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୩୧ ଜଣ ଗିରଫକରିଥିବା ବେଳେ ୮ଟି ବାଇକ, ୨୪ଟି ମୋବାଇଲ୍ ଫୋନ୍ ସମେତ ୭୪ହଜାର ୨୩୦ ଟଙ୍କା ଜବତ କରିଥିବା ବାଲିଗୁଡ଼ା ଏସଡିପିଓ ରମେନ୍ଦ୍ର ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ମୁତାବକ ନିକଟସ୍ଥ ପ୍ରମିଳା ଦେବୀ ମହାବିଦ୍ୟାଳୟ ଓ ବସ୍ଷ୍ଟାଣ୍ଡ ନିକଟରେ ଜୁଆ ଖେଳ ଚାଲୁଥିବା ଖବର ପାଇ ପୁଲିସ ପକ୍ଷରୁ ଅତର୍କିତ ଚଢଉ କରାଯାଇଥିଲା। ସେଥିରୁ ପ୍ରମିଳା ଦେବୀ ମହାବିଦ୍ୟାଳୟ ନିକଟରୁ ବସଷ୍ଟାଣ୍ଡ ନିକଟରୁ ୬୫ ହଜାର ୭୪୦ ଟଙ୍କା ୭ଟି ବାଇକ୍, ୧୮ଟି ମୋବାଇଲ ଫୋନ୍ ଜବତ ହୋଇଥିବା ବେଳେ ୨୨ ଜଣକୁ ଗିରଫ କରାଯାଇଥିଲା।
ସେହିପରି ବସ୍ଷ୍ଟାଣ୍ଡ ନିକଟ ଜୁଆ ଆଡ୍ଡାରୁ ୮ ହଜାର ୪୯୦ ଟଙ୍କା ୬ ମୋବାଇଲ, ଏକ ବାଇକ୍ ଜବତ ହୋଇଥିବା ବେଳେ, ୯ ଜଣକୁ ଗିରଫ କରାଯାଇଛି।
Kandhamal