ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ନାମ ପାଇଛନ୍ତି ଆଶ୍ର। କିନ୍ତୁ ପାଉନାହାନ୍ତି ଆଶ୍ରୟ। ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା ପାଇଁ ଖଣ୍ଡେ ଭଲ ଘର ନା ଅଛି ତାଙ୍କ ପାଇଁ ଖାଦ୍ୟ ସୁରକ୍ଷାରେ ରାସନକାର୍ଡ। ନା ଅଛି ତାଙ୍କର ସାମାଜିକ ସୁରକ୍ଷାରେ ଭତ୍ତା କାର୍ଡ। ସରକାରୀ କର୍ମଚାରୀ କେବଳ ସେବା ନାମରେ ନିଜ ପାଇଁ ମାସିକ ବେତନକୁ ଅନେଇ ବସିଛନ୍ତି। ହେଲେ କର୍ମ ସ୍ଥଳୀରେ କିଏ ଯୋଜନାରୁ ବଞ୍ଚିତ ହେଉଛନ୍ତି ତାଙ୍କ ଉପରେ କୌଣସି ନଜର ନାହିଁ। ଯଦି ବି ଅଛି ଦୃଷ୍ଟି ଦେବାର ନାଁ ଗନ୍ଧ ନାହିଁ। ଆଶ୍ରଙ୍କୁ ଦେଖିଲେ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ଉପଯୁକ୍ତ ହିତାଧିକାରୀ କିଭଳି ଉପକୃତ ହେଉଛନ୍ତି ସରକାରୀ କାର୍ଯ୍ୟ କିଭଳି ଚାଲିଛି ସହଜରେ ଅନୁମାନ କରିହେବ।
ଦୀର୍ଘ ୫ ବର୍ଷ ହେଲା ଆଶ୍ର ପ୍ରଧାନ କୌଣସି ଖାଦ୍ୟ ସୁରକ୍ଷା ଯୋଜନାରେ ଗୃହ ଯୋଜନାରେ କିମ୍ବା ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇପାରି ନାହାନ୍ତି। ଜଣେ ଦିନ ମଜୁରିଆ କଷ୍ଟ କରି ଚଳୁଥିବା ବ୍ୟକ୍ତି ପାଇଁ ଦୈନିକ ଚଳିବା ପାଇଁ କଷ୍ଟକର ହେଉଥିବା ବେଳେ ଏହି ଅସହାୟ ବୃଦ୍ଧା ମହିଳା କେମିତି ଚଲୁଥିବେ ସହଜରେ ଅନୁମାନ କରିହେବ।
ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ
କାରଣ ଆଶ୍ର ଜଣେ ଦୃଷ୍ଟିହୀନ ଆଦିବାସୀ ବୃଦ୍ଧା। ତାଙ୍କ ବୟସ ୭୧ ବର୍ଷ। ତାଙ୍କର ଆଧାରକାର୍ଡ ନାହିଁ ବୋଲି ତାଙ୍କ ପ୍ରତି ଏତେ ହୀନ ଭାବ ହେଉଛି ସରକାରୀ କର୍ମଚାରୀଙ୍କ। ସେ ଜଣେ ଅସହାୟ ଦୃଷ୍ଟିହୀନ ଆଦିବାସୀ ବୃଦ୍ଧା ତାଙ୍କର କେହି ନାହାନ୍ତି ଏବଂ ତାଙ୍କୁ ଏହି ବିଷୟରେ କିଛି ଜଣା ନାହିଁ ବୋଲି ସମସ୍ତ ଯୋଜନାର ଅଭିଜ୍ଞ ଥିବା ସରକାରୀ କର୍ମଚାରୀମାନେ ମଧ୍ୟ ଅଜ୍ଞ ହେଉଛନ୍ତି। ସ୍ଥାନୀୟ ଥାନା ଅନ୍ତର୍ଗତ ଗଦଗୁଡ଼ା ଗ୍ରାମ ପଞ୍ଚାୟତର କିରାବାଡି ଗ୍ରାମର ଅସହାୟ ଭିନ୍ନକ୍ଷମ ବୃଦ୍ଧା ଆଶ୍ର ପ୍ରଧାନ ଆଜିକୁ ୫ ବର୍ଷ ହେଲା ସେ କୌଣସି ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ସାମାଜିକ ସୁରକ୍ଷା ଯୋଜନା ଏବଂ ଗ୍ରାମୀଣ ଗୃହ ଯୋଜନାରେ ସାମିଲ ହୋଇପାରୁନାହାନ୍ତି। ତାଙ୍କର କୌଣସି ଆଧାରକାର୍ଡ ନଥିବା କହି ବିଭାଗୀୟ ଅଧିକାରୀ ମାନେ ଅସହାୟ ଭିନ୍ନକ୍ଷମ ମହିଳାଙ୍କୁ ଅଣ ଦେଖା କରୁଛନ୍ତି। ଅନେକ ଥର ପଡ଼ିଶା ଘର ଲୋକମାନେ ରାସନ କାର୍ଡ, ଭତ୍ତା କାର୍ଡ ଓ ଆବାସ ଯୋଜନାରେ ସାମିଲ କରିବା ନିମନ୍ତେ ସରକାରଙ୍କ ନିକଟରେ ଫେରାଦ ହୋଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ମାନେ ତାଙ୍କ ପ୍ରତି ଗୁରୁତ୍ଵ ଦେଇ ନାହାନ୍ତି।
ଆହୁରି ପଢ଼ନ୍ତୁ: Ration Card: ନୂଆ ରାସନକାର୍ଡ ପାଇଁ ୪୩୫୬, ନାଁ ଯୋଡ଼ିବାକୁ ୨୯,୧୫୦ ହିତାଧିକାରୀଙ୍କ ଅପେକ୍ଷା
ପଡ଼ୋଶୀଙ୍କ ହାତ ଟେକା ଖାଦ୍ୟରେ ପେଟ ଭରେ
ବିଶେଷ କରି ଏହି ଶୀତ କାକର ସମୟରେ ସେ ବଞ୍ଚିବ କି ନାହିଁ ତାହା ବଡ଼ ପ୍ରଶ୍ନ। ଖାଦ୍ୟ ହିସାବରେ ପଡୋଶୀ ଘର ଲୋକମାନେ ତାଙ୍କୁ ଦୀର୍ଘ ଏତେ ବର୍ଷ ହେଲା ଦେଇ ଆସୁଛନ୍ତି। ହେଲେ ଯାହା ପାଖରେ ସମସ୍ତ ଯୋଜନା ଓ ସୁବିଧା ଅଛି କିନ୍ତୁ ସେମାନେ ଏହି ଦୃଷ୍ଟିହୀନ ଅସହାୟ ବୃଦ୍ଧା ମହିଳାଙ୍କୁ ଯୋଜନାରେ ସାମିଲ କରି ସରକାରୀ ସୁବିଧା ଯୋଗେଇ ପାରୁନାହାନ୍ତି। ଯେତେବେଳେ ଟଙ୍କା ଦେଇ ଚାଉଳ ମିଳୁଥିଲା ସେତେବେଳେ ଚାଉଳ ଦିଆଯାଉଥିଲା ହେଲେ ମାଗଣା ଚାଉଳ ହେବା ପରଠାରୁ ମୁଠାଏ ଚାଉଳ ମିଳି ନାହିଁ। ଦୟାକରି ପ୍ରଶାସନ ଏହି ଅସହାୟ ଭିନ୍ନକ୍ଷମ ମହିଳାଙ୍କୁ ସ୍ଵତନ୍ତ୍ର ଦୃଷ୍ଟି ଦେଇ ସମସ୍ତ ସରକାରୀ ଯୋଜନାରେ ସାମିଲ କରି ସରକାରୀ ସହାୟତା ଦେବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ସୋସିଆଲ ୱାର୍କର ଆସୋସିଏସନ ଅଫ କନ୍ଧମାଳ(ସ୍ୱାକ)ର ସଦସ୍ୟମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ: Temperature in kandhamala: ଖସୁଛି ପାରଦ, ଥରୁଛି କନ୍ଧମାଳ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/13/ashra-2025-12-13-18-45-42.jpg)