ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଚୋରା ଗଞ୍ଜେଇ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି କାରବାରରେ ମହିଳାମାନେ ମାତିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପୁଲିସ ଖବର ପାଇ ଏକ ଘରୋଇ ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଗଞ୍ଜେଇ ଜବତ କରିବା ସହ ୯ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସ୍ଥାନୀୟ ଆଇଆଇସି ଅଜୟ ସ୍ୱାଇଁଙ୍କ ସୂଚନାନୁସାରେ ଫୁଲବାଣୀରୁ ବ୍ରହ୍ମପୁର ଯାଉଥିବା ଏକ ଯାତ୍ରୀବାହୀ ବସରେ ଫିରିଙ୍ଗିଆ ଅଞ୍ଚଳର ମହିଳାମାନେ ଗଞ୍ଜେଇ ନେଇ ବ୍ରହ୍ମପୁର ଯାଉଥିବା ଖବର ପଇ ଏସଆଇ ସିଏଚ କାମରାଜୁଙ୍କ ନେତୃତ୍ୱରେ ଏକ ଟିମ କଳିଙ୍ଗା ପୁର୍ତ୍ତ ବିଭାଗ ଡାକବଙ୍ଗଳା ସମ୍ମୁଖରେ ବସକୁ ଅଟକାଇ ଯାଞ୍ଚ କରିଥିଲେ। ଏହି ସମୟରେ ଗଞ୍ଜେଇ ଭର୍ତ୍ତି ବ୍ୟାଗ ପାଇଥିଲେ। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୯ଜଣ ମହିଳାଙ୍କୁ ଥାନାକୁ ଆଣି ତାଙ୍କ ବିରୁଦ୍ଧରେ ଥାନା କେଶ ନଂ୧୩୨ରେ ଏକ ମାମଲା ରୁଜୁ କରି ଥାନା ଏସଆଇ ଅନନ୍ତ ପ୍ରଧାନଙ୍କୁ ତଦନ୍ତ ଦାୟିତ୍ବ ଦେବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/da192e82-0ee2-4355-92f0-0a704a2c0ea5.jpeg)