ବାଲିଗୁଡ଼ାରେ ୯୫ ଏକର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା: ବାଲିଗୁଡ଼ା ଏସଡ଼ିପିଓ ନିତିନ କୁଶଲକର ଦାଗୁଡୁଙ୍କ ନେତୃତ୍ବରେ ବାଲିଗୁଡ଼ା ପୁଲିସ ଓ ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟ‌େର ମହାସିଙ୍ଗି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୯୫ ଏକର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବା ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ୩୫ କୋଟି ଟଙ୍କାର ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ପାଇଛି। ଏଥିରେ ବାଲିଗୁଡ଼ା ଡିଏସପି ସୁନାରାମ ହେମ୍ବ୍ରମ, ଆଇଅାଇସି ରମାକାନ୍ତ ପାତ୍ର, ମାଧବ କୌଶଲ୍ୟାଙ୍କ ସମେତ ବହୁ ପୁଲିସ କର୍ମଚାରୀ ଓ ଅବକାରୀ ବିଭାଗ ସାମିଲ ଥିଲେ। ବାଲିଗୁଡ଼ା ଥାନା ଅଞ୍ଚଳରୁ ଗଞ୍ଜେଇ ଚାଷ ଓ ଚାଲଣ ସଂପୂର୍ଣ୍ଣ ବନ୍ଦ କରାଯିବ ବୋଲି ଏସଡ଼ିପିଓ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର