ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିର ବ୍ଲକ ସ୍ଥରୀୟ ଜିପିଏଲଫ କର୍ମୀ ସଂଘ ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ମିସନଶକ୍ତି ଏବଂ ଓଡ଼ିଶା ଜୀବିକା ମିସନ ଅଧୀନରେ କାର୍ଯ୍ୟରତ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀମିତ୍ର ଭାବେ କାର୍ଯ୍ୟରତ ମହିଳା କର୍ମୀମାନେ ନିଜ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସୋମବାର ଠାରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଦାବି ପୂରଣ ପାଇଁ ବିଭିନ୍ନ ସ୍ଲୋଗାନ ଦେଉଥିବା ଦୃଶ୍ୟ ଦେଖୁବାକୁ ମିଳିଛି।
ନିୟମିତ ଭାବେ ଏକାଉଣ୍ଟ ପେ ଦ୍ୱାରା ମାସିକ ଦରମା ପ୍ରଦାନ, ୬ମାସର ବକେୟା ଦରମା ପ୍ରଦାନ, କାର୍ଯ୍ୟ ଅନୁଯାୟୀ ପାରିଶ୍ରମିକ ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ଦାବି ନେଇ ଗଣ ଧାରଣ ଦେଇଥିବା ବେଳେ ଆଜି ଗଣଧାରଣର ଦ୍ୱିତୀୟ ଦିନରେ ସ୍ଥାନୀୟ ବିଡ଼ିଓ ଶରତ ଚନ୍ଦ୍ର ମଲିକ ଧାରଣା ସ୍ଥଳରେ ପହଞ୍ଚି ଧାରଣା ରତ ମହିଳା କର୍ମୀଙ୍କ ସହ ଆଲୋଚନା କରିବା ସହ ତାଙ୍କ ଠାରୁ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଲିଖିତ ଦାବିପତ୍ର ଗ୍ରହଣ କରି ଧାରଣରୁ ଉଥିବାକୁ ଅନୁରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/23/img_20250923_151345-2025-09-23-19-23-27.jpg)