କନ୍ଧମାଳ: କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ସପ୍ତାହେ ପାଇଁ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ୟାଙ୍କ୍କୁ ବନ୍ଦ ଘୋଷଣା କରାଯାଇଛି। ବ୍ୟାଙ୍କ୍ ବନ୍ଦ କରାଯାଇ ସେହି ସମୟ ମଧ୍ୟରେ ବ୍ୟାଙ୍କ୍ଗୁଡ଼ିକୁୁ ବି ସାନିଟାଇଜ୍ କରାଯିବ। ସପ୍ତାହେ ପରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ୍ ଚାଲିବ ବୋଲି ସୂଚନା ରହିଛି।
କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଏହାକୁ ଆୟତ୍ତ କରିବା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ବ୍ୟାଙ୍କ୍ର ସମସ୍ତ କର୍ମଚାରୀଙ୍କୁ ଏକ ସପ୍ତାହ ପାଇଁ ହୋମ୍ କ୍ବାଣ୍ଟୋଇନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ହୋମ୍ କ୍ବାରେଣ୍ଟାଇନ୍ ବେଳେ କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଜଣାଇବା ପାଇଁ କର୍ମଚାରୀମାନଙ୍କୁ କୁହାଯାଇଛି।
/sambad/media/post_attachments/wp-content/uploads/2020/07/maxresdefault-2-300x200.jpg)
YouTube
ନିକଟ ଅତୀତରେ ଜିଲ୍ଳାର କିଛି ବ୍ୟାଙ୍କ୍ କର୍ମଚାରୀ କରୋନା ପଜିଟିଭ୍ ବୋଲି ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ୧ ସପ୍ତାହ ପାଇଁ ବ୍ୟାଙ୍କ୍ ବନ୍ଦ ରଖିବାକୁ କୁହାଯାଇଛି। ଖାଲି ସେତିକି ନୁହେଁ, ବ୍ୟାଙ୍କ୍ ବନ୍ଦ ସମୟରେ ଏଟିଏମ୍ରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରଖିବା ପାଇଁ ସଂପୃକ୍ତ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି।