ଘୁ. ଉଦୟଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଦାନ ୨୨ତାରିଖ ଦିନ ଘୁ.ଉଦୟଗିରି ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଗତକାଲି ନିର୍ବାଚନ ପ୍ରଚାର ,ସଭାସମିତି ଶେଷ ହୋଇଛି ।
କିନ୍ତୁ ଏହି ନିୟମକୁ ଖିଲାପ କରି ବିଜେଡି ଦଳ ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଶହଶହ ଲୋକଙ୍କ ଧରି ନିର୍ବାଚନୀ ସଭା କରିବା ସହ ଲୋକଙ୍କୁ ପ୍ରଲୋଭିତ କରୁଥିବା ଅଭିଯୋଗ କରିଛି କଂଗ୍ରେସ ଦଳ। ଅଭିଯୋଗ କରିବା ପରେ ପୋଲିସ ନିର୍ବାଚନୀ ସଭା ସ୍ଥଳରେ ପହଂଚିବା ପରେ ନେତା କର୍ମୀ ଭୋଟର ଛତ୍ରଭଙ୍ଗ ଦେଇ ଦୌଡ଼ି ପଳେଇଥିବା ସୂଚନା ମିଳିଛି । ପୋଲିସ ସଭା ସ୍ଥଳରେ ବ୍ୟବହୃତ ଚେୟାର ଗୁଡିକ ନିଜ ସାଙ୍ଗରେ ନେଇଯାଇଥିବା ଦେଖିବାକୁ ମିଳିଛି ।
ପ୍ରାପ୍ତସୂଚନାନୁସାରେ ଘୁ.ଉଦୟଗିରି ବ୍ଲକ ରେ ଆସନ୍ତା କାଲି ଭୋଟ ଦାନ ଥିବା ବେଳେ ୨୦ତାରିଖ ସନ୍ଧ୍ୟା ସମୟରୁ ନିର୍ବାଚନ ପ୍ରଚାର ,ସଭା ସମିତି ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ନିର୍ବାଚନ କମିଶନର । ଏହା ସତ୍ତ୍ୱେ ଆଜି ଅପରାହ୍ନ ରେ ବିଜେଡି ଦଳ ପକ୍ଷରୁ ଗ୍ରେସିଙ୍ଗିଆ ପଞ୍ଚାୟତର ଡ଼କରିଙ୍ଗିଆ ଗ୍ରାମର ମୁଖ୍ୟ ରାସ୍ତା କଡରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ କରାଯାଇଥିଲା । ଉକ୍ତ ସଭାରେ ବହୁ ନେତା କର୍ମୀଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ । ଖବର ପାଇ ସ୍ଥାନୀୟ ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ, ତହସିଲଦାର ଶୁଭ୍ରାଂଜଳି ପ୍ରଧାନ, ଆଇଆଇସି ରେବତୀ ଶବର ପୋଲିସ ଫୋର୍ସଙ୍କୁ ନେଇ ସଭାସ୍ଥଳ ରେ ପହଂଚି ଥିଲେ । ପୋଲିସ କୁ ଦେଖି ଉପସ୍ଥିତ ନେତା କର୍ମୀ ଏବଂ ଜନତା ଛତ୍ରଭଙ୍ଗ ଦେଇଥିଲେ । ପୋଲିସ ସଭାସ୍ଥଳରୁ କିଛି ପ୍ଲାଷ୍ଟିକ ଚେୟାର ନେଇଯାଇଥିଲେ । ଏହି ଘଟଣା ପରେ କଂଗ୍ରେସର ଅଭିଯୋଗ ସତ୍ୟତା ରହିଥିବା ଜଣାପଡିଛି । କଂଗ୍ରେସ ଆହୁରି ଅଭିଯୋଗ କରିଛି ଯେ ବାହାର ଜିଲ୍ଲାର ବହୁ ଯୁବକ ଯୁବତୀ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗାଁ ରେ ରହି ଭୋଟରଙ୍କୁ ପ୍ରଲୋଭନ ଦେଖେଇ ପ୍ରଭାବିତ କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/WhatsApp-Image-2022-02-21-at-16.18.55.jpeg)