ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ନନ୍ଦଗିରି ସ୍କୁଲ୍ ନିକଟରେ ଏକ ସରକାରୀ ଏସି ବସ୍ ‘ଆମ ବସ୍’ ଏକ ବାଇକକୁ ପଛ ପଟେ ଧକ୍କା ଦେଇଛି। ଫଳରେ ବାଇକ ଚାଳକ ଆହତ ହୋଇଥିବା ଜଣାପଡିଛି।
ବାଇକ୍କୁ ଧକ୍କା ଦେଲା ସରକାରୀ ବସ୍
ସୂଚନା ଅନୁସାରେ ଆମ ବସ୍ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଯାତ୍ରୀମାନଙ୍କୁ ନେଇ ଫୁଲବାଣୀ ଠାରୁ ଦରୀଙ୍ଗବାଡ଼ିର ହାତିମୁଣ୍ଡା ଯାଉଥିବା A/C ବସ୍ ନନ୍ଦଗିରି ନିକଟରେ ଗୋଟିଏ ବାଇକ୍କୁ ପଛପଟେ ଧକ୍କା ଦେଇଥିଲା। ଆମ ବସ୍ ଦ୍ରୁତଗତିରେ ଯାଉଥିବା ବେଳେ ହମ୍ପସରେ ବାଇକ୍ ସ୍ଲୋ ହେବା ପରେ ଆମ ବସ୍ ପଛ ଆଡ଼େ ବାଇକ୍କୁ ଲଗାଇଥିଲା। ବାଇକ୍ ଚାଳକ ପଡ଼ିଯାଇଥିଲେ ଓ ଆହତ ହୋଇଥିଲେ ଓ ବାଇକ୍ କିଛି ମାତ୍ରାରେ ଭାଙ୍ଗିଥିବା ବେଳେ ବେକ ଲାଇଟ୍, ସମ୍ମୁଖ ବ୍ରେକ, ହେଣ୍ଡଲେ, ମାଡ଼ ହୋଇଥିବା ସୂଚନା ରହିଛି। ନିଶା ଶକ୍ତ ଡ୍ରାଇଭର କହୁଛନ୍ତି ‘ମୁ ପିଏ ନାହି କିନ୍ତୁ ଟିକେ ଧୂଆଁ ମାରେ’।
ଆହୁରି ପଢ଼ନ୍ତୁ: CM Election Campaign: ନୂଆପଡ଼ାରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ
ନିଶାସକ୍ତ ଚାଳକଙ୍କୁ ତାଗିଦ୍
ତେବେ ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳର ଲୋକେ ଓ ବାଟୋଇ ଅଟକି ରହିଥିଲେ କିଛି ସମୟ ପାଇଁ ସେଇ ସ୍ଥାନରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ଘୁ ଉଦୟଗିରି ଓ ଟିକାବାଲି ବ୍ଲକ ଦାୟିତ୍ୱରେ ଥିବା ଆମ ବସ୍ ସୁପଭାଇଯର ପହଞ୍ଚିଥିଲେ ଓ ଆଲୋଚନା ପରେ ନିଶାସକ୍ତ ଦ୍ରାଇଭରଙ୍କୁ ବସ୍ ନଚଲେଇବା ପାଇଁ ଅଞ୍ଚଳବାସୀ ତାଗିଦ୍ କରିଦେଲେ। ପରେ ଘୁ ଉଦୟଗିରିର ଜଣେ ଡ୍ରାଇଭର ବସ୍ ନେଇ ଗନ୍ତବ୍ୟ ପଥରେ ଯାଇଥିଲେ।
ଆହୁରି ପଢ଼ନ୍ତୁ: Drinking water problem: ପାନୀୟ ଜଳ ସମସ୍ୟାକୁ ନେଇ ତାତିଲେ ଗାଁ ଲୋକେ.: ଜାତୀୟ ରାଜପଥ ୨୬ ଅବରୋଧ
ନିଶାଡ଼ି ଚାଳକଙ୍କୁ କେମିତି ଦାୟିତ୍ବ?
ତେବେ ଆଲୋଚନା ହେଉଛି, ଫୁଲବାଣୀ ଠାରୁ ନିଶାଶକ୍ତ ଅବସ୍ଥାରେ କେମିତି ଯାତ୍ରୀ ନେଇ ଆସିଲେ ଡ୍ରାଇଭର? ପଚାରିଲେ ନିଶା ଶକ୍ତ ଆମ ବସ୍ ଡ୍ରାଇଭର କହୁଛନ୍ତି ଟିକେ ‘ଭୁଲ୍ ହେଲା’। ଆମ ବସ୍ ଜିଲ୍ଲା ଦାୟିତ୍ୱରେ ଥିବା କର୍ମଚାରୀ ଏହି ନିଶାଡ଼ିଆଙ୍କୁ ଦାୟୀତ୍ବ ଦେଲେ କେମିତି? ଲୋକେ ସରକାରଙ୍କ ଦ୍ଵାରା ହୋଇଥିବା ‘ଆମ ବସ୍ ଯୋଜନା’ରୁ ବହୁତ୍ ଉପକୃତ ହେଉଥିବା ବେଳେ ଡ୍ରାଇଭର ଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ପରିବର୍ତ୍ତେ ଜୀବନ ସହ ଖେଳୁଛନ୍ତି। ସରକାରୀ ଆମ ବସ୍ ରେ ନିୟୋଜିତ ଥିବା ସମସ୍ତ ଡ୍ରାଇଭରଙ୍କୁ ଦାୟିତ୍ବ ଦେବା ପୂର୍ବରୁ ଯାଞ୍ଚ କରି ଦାୟିତ୍ବ ଦେବା ନିମନ୍ତେ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/06/g-udaygiri-2025-11-06-18-05-24.jpg)