କନ୍ଧମାଳରେ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଡୁମୁଡିବନ୍ଧ : କନ୍ଧମାଳ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ନାବାଳିକା ଦୁଷ୍କର୍ମର ଶିକାର ହେଉଥିବା ଘଟଣା ପଦାକୁ ଆସୁଛି। ଏଭଳି ଘଟଣା ଜିଲ୍ଲାକୁ ବାହାରେ ନିନ୍ଦିତ ହେବାକୁ ପଡିଥିଲେ ମଧ୍ୟ ଏଭଳି ଲଜ୍ୟାକର ଘଟଣା ଥମିବାର ନା ଧରୁନାହିଁ। ପ୍ରଥମେ ଦାରିଙ୍ଗବାଡି ସେବାଶ୍ରମରେ କୁମାରୀ ମାତୃତ୍ୱ ଘଟଣା ଠାରୁ ଆରମ୍ଭ କରି ଘୁ.ଉଦୟଗିରି ଥାନା ଅଞ୍ଚଳରେ ନାବାଳିକାର ଗର୍ଭନଷ୍ଟ, ଅଶ୍ଳୀଳ ଭିଡିଓ ଭାଇରାଲ, ଡୁମୁଡ଼ିବନ୍ଧରେ ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ, ବେଲଘର ଥାନା ଅଞ୍ଚଳରେ ନାବାଳିକାକୁ ପ୍ରେମ କରି ଶାରୀରିକ ସମ୍ପର୍କ ପରେ ଗର୍ଭ ନଷ୍ଟ ଘଟଣାରେ ନାବାଳିକା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହେବା ଭଳି ଘଟଣା ମନରୁ ନ ଲିଭୁଣୁ ପୁଣି ବେଲଘର ଥାନାରେ ଆଉ ଏକ ଦୁର୍ଷ୍କମ ମାମଲା ପଦାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ମୁଣ୍ଡିଗଡ଼ ପଞ୍ଚାତୟର ଏକ ବାଳିକା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ଦୁର୍ଷ୍କମର ଶିକାର ହୋଇଛନ୍ତି। ନାବାଳିକାକୁ ପ୍ରଲୋଭନ ଦେଖାଇ ପ୍ରେମ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଓ ଏହାର ସୁଯୋଗରେ ଦୁଷ୍କର୍ମ କରିବା ଘଟଣା ଏବେ ପଦାକୁ ଆସିଛି। ନାବାଳିକା ଜଣକ ଡୁମୁଡିବନ୍ଧ କସ୍ତୁରୁବା ବାଳିକା ବିଦ୍ୟାଳୟରେ ପଢୁଥିବା ବେଳେ ବିଦ୍ୟାଳୟ ଛୁଟିରେ ନାବାଳିକା ଜଣକ ଘରକୁ ଯାଇଥିବା ସମୟରେ ଏଭଳି ଦୁଷ୍କର୍ମର ଶିକାର ହୋଇଥିବା ନେଇ ଝିଅର ବାପା ଏତଲାରେ ଅଭିଯୋଗ କରିଛନ୍ତି।

ବେଲଘର ଥାନା ଅଧିକାରୀ ଦଶରଥ ହେମ୍ବ୍ରମ ୪/୧୯ରେ ମାମଲା ରୁଜୁ କରି ତରଲାଙ୍ଗି ଗ୍ରାମର କବିରାଜ ନାୟକକୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି।

ସମ୍ବନ୍ଧିତ ଖବର