କରଡା: କୂଅ ଭିତରେ ପଡ଼ିଯାଇଛି ଛୁଆ ହାତୀ। ଛୁଆ ହାତୀକୁ କୂଅରୁ ବାହାର କରିବା ପାଇଁ ବନ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଧୀନରେ ଥିବା ବଡ଼ବାରବା କରଡ଼ା ରେଞ୍ଜ ବଡ଼ବାରବା ସେକ୍ସନ ଅଳାସପଲ୍ଲୀ ଗ୍ରାମ ନିକଟରେ। ଏଠାରେ ଏକ ପରିତ୍ୟକ୍ତ କୂଅରେ ଛୁଆ ହାତୀଟିଏ କୌଣସି କାରଣବଶତଃ ପଡ଼ିଯାଇଛି।
ଖବର ପାଇ ଅଞ୍ଚଳର ଲୋକେ ବନ ବିଭାଗକୁ ଖବର ଦେଇଥିଲେ ଓ ବନବିଭାଗ କର୍ମଚାରୀ ପହଞ୍ଚିବା ପୂର୍ବରୁ ଜନତାଙ୍କ ଗହଳି ଲାଗିରହିଥିବା ଦେଖିବାକୁ ମିଳିଛି। କରଡ଼ା ରେଞ୍ଜ ପକ୍ଷରୁ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି। ଛୁଆ ହାତୀ କୂଅ ଭିତରେ ରହି କଲବଲ ହେଉଥିବା ବେଳେ କିପରି ଉଦ୍ଧାର କରାଯିବ ସେଥିପ୍ରତି ବନ ବିଭାଗର ଚିନ୍ତା ବଢ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Baby-Elephant-Fell-Down-into-The-Well_Thumbnail-1.jpg)