ତୁମୁଡିବନ୍ଦ: ବଡ଼ଦିନ ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଛୁଟି ଦେଇ ହଟହଟା ହେବା ପରେ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ଶିକ୍ଷା ଅଧିକାରୀ (ବି.ଇ.ଓ) ଉଦ୍ଧବ ଚରଣ ନାୟକ ଶୁକ୍ରବାର ସ୍ପଷ୍ଟିକରଣ ଦେଇଛନ୍ତି। ଯେଉଁ ସ୍କୁଲ ଗୁଡିକ ସ୍ଥାନୀୟ ଛୁଟି (ସ୍ଥାନୀୟ ଆଶ୍ୟକତାକୁ ନେଇ) ଓ ଦକ୍ଷିଣାଞ୍ଚଳ ରାଜସ୍ୱ ଅଧିକାରୀଙ୍କ ଘୋଷିତ ସ୍ଥାନୀୟ ଛୁଟି ଭୋଗ କରିଛନ୍ତି। ସେହି ବିଦ୍ୟାଳୟ ଗୁଡିକ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖକୁ ଶେଷ କାଯ୍ୟ ଦିବସ ରୂପେ ଗ୍ରହଣ କରାଯିବ ବୋଲି ଉଦ୍ଧବ ଚରଣ ନାୟକ ଚିଠି ନ୧୬୩୪/୨୦.୧୨.୧୮ପ୍ରକାରେ ସ୍ପଷ୍ଟୀକରଣ ଦେଇଛନ୍ତି।
/sambad/media/post_attachments/wp-content/uploads/2018/12/school-300x154.jpg)
ସୂଚନାଯୋଗ୍ୟ, ବି.ଇ.ଓ. କୌଣସି ପୂର୍ବ ସୂଚୀ ନଦେଖି ତଥା ଆଇନକୁ ଅଣଦେଖା କରି ବେଆଇନ ଭାବେ ସମସ୍ତ ସରକାରୀ ବିଦ୍ୟାଳୟକୁ ଗୋଟିଏ ଦିନ ପୂର୍ବରୁ ଛୁଟି ଘୋଷଣା କରିଥିଲେ, ଯାହାକୁ ନେଇ ବଡ଼ ବିବାଦ ଦେଖାଯାଇଥିଲା। ଛୁଟି ଘୋଷଣା ନେଇ ଖବର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବଡ ଦିନ ପାଇଁ ସରକାରୀ ଛୁଟି ଘୋଷଣା ନିୟମ ରହିଥିବା ବେଳେ ବର୍ଷର ଶେଷ ମାସ ହୋଇ ଥିବାରୁ ବର୍ଷ କର ଛୁଟି ଓ ପରିଦର୍ଶନ ଛୁଟିକୁ ନେଇ ଏହି ଛୁଟି ଘୋଷଣା ହେବା ନିୟମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/tumudi.jpg)