ଘୁ.ଉଦୟଗିରି : ଦେଶରେ କରୋନା ମହାମାରୀ ଚାରିଥିବାବେଳେ ଘୁ.ଉଦୟଗିରି ଅଞ୍ଚଳରେ ନିର୍ବିଘ୍ନରେ ଜୁଆ ଖେଳ ଚାଲିଛି । ଗତ ସୋମବାରଦିନ ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ୧ ଲକ୍ଷ ୩୫ ହଜାର ଟଙ୍କା ଜବତ କରିବା ପରେ ଗତ କାଲି ଆଉ ଏକ ଜୁଆ ଖେଳ ଉପରେ ଚଢ଼ାଉ କରି ୪୦,୨୦୦ଟଙ୍କା ଜବତ କରିଛି ଘୁ.ଉଦୟଗିରି ପୋଲିସ । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି ।
ଗତ କାଲି ରାତିରେ ସ୍ଥାନୀୟ ଥାନା ଆଇଆଇସି ନରେଶ କୁମାର ସାହୁଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଏହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା ।
ଆଗକୁ କୁମାର ପୂର୍ଣ୍ଣିମା ଥିବା ଯୋଗୁଁ ଜୁଆ ଖେଳ ବଢ଼ିବାରେ ଲାଗିଛି । ସ୍ଥାନୀୟ ଆଇଆଇସି ମଧ୍ୟ ‘ମିଶନ ଜୁଆ’ ଆରମ୍ଭ କରି ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି । ଜୁଆ ଖେଳକୁ ଜମା ପ୍ରଶୟ ଦିଆଯିବ ନାହିଁ ଏବଂ ଜୁଆଡ଼ି ଙ୍କୁ ସାବାଡ଼ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଥାନା ଆଇଆଇସି ନରେଶ କୁମାର ସାହୁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/WhatsApp-Image-2020-10-28-at-10.49.54.jpeg)