ଘୁ.ଉଦୟଗିରି  : ଆଉ ଏକ ଜୁଆ ଆଡ୍ଡା ଉପରେ ଚଢଉ, ୪୦ ହଜାର ଜବତ, ୭ ଗିରଫ

ଘୁ.ଉଦୟଗିରି  : ଦେଶରେ କରୋନା ମହାମାରୀ ଚାରିଥିବାବେଳେ ଘୁ.ଉଦୟଗିରି ଅଞ୍ଚଳରେ ନିର୍ବିଘ୍ନରେ ଜୁଆ ଖେଳ ଚାଲିଛି । ଗତ ସୋମବାରଦିନ ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ୧ ଲକ୍ଷ ୩୫ ହଜାର ଟଙ୍କା ଜବତ କରିବା ପରେ ଗତ କାଲି  ଆଉ ଏକ ଜୁଆ ଖେଳ ଉପରେ ଚଢ଼ାଉ କରି ୪୦,୨୦୦ଟଙ୍କା ଜବତ  କରିଛି ଘୁ.ଉଦୟଗିରି ପୋଲିସ ।  ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି ।

ଗତ କାଲି ରାତିରେ ସ୍ଥାନୀୟ ଥାନା ଆଇଆଇସି ନରେଶ କୁମାର ସାହୁଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଏହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା ।

ଆଗକୁ କୁମାର ପୂର୍ଣ୍ଣିମା ଥିବା ଯୋଗୁଁ ଜୁଆ ଖେଳ ବଢ଼ିବାରେ ଲାଗିଛି ।  ସ୍ଥାନୀୟ ଆଇଆଇସି ମଧ୍ୟ ‘ମିଶନ ଜୁଆ’ ଆରମ୍ଭ କରି ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି । ଜୁଆ ଖେଳକୁ ଜମା ପ୍ରଶୟ ଦିଆଯିବ ନାହିଁ ଏବଂ ଜୁଆଡ଼ି ଙ୍କୁ ସାବାଡ଼ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଥାନା ଆଇଆଇସି  ନରେଶ କୁମାର ସାହୁ ।

ସମ୍ବନ୍ଧିତ ଖବର