ଭଞ୍ଜନଗର/ଘୁ.ଉଦୟଗିରି: କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟିବା ପରଠାରୁ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଛି। କେବେ ସ୍ଥିତିରେ ସୁଧାର ଆସିବ କେହି ମଧ୍ୟ ସ୍ପଷ୍ଟ କହି ପାରୁନଥିବା ବେଳେ କନ୍ଧମାାଳ ଓ ଗଞ୍ଜାମ ସୀମାନ୍ତ କଳିଙ୍ଗା ଘାଟିର ଉଭୟ ପାର୍ଶ୍ବରେ ରହୁଥିବା ଲୋକମାନଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଲାଣି। ତେଣୁ ଶୁକ୍ରବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏସଂକ୍ରାନ୍ତରେ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଭୂସ୍ଖଳନ ସ୍ଥାନରେ ମରାମତି କାର୍ଯ୍ୟ ଯଥା ସମ୍ଭବ ଶୀଘ୍ର ସାରିବା ସହ ଘାଟିର ଉଭୟ ପଟକୁ ସଂଯୋଗ କରିବା ନେଇ ଏକ ବିକଳ୍ପ ରାସ୍ତା ସଂର୍ପକରେ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏନେଇ ରାସ୍ତା କାମ କିଭଳି ଖୁବ ଶୀଘ୍ର ହେବ ଏବଂ ବିକଳ୍ପ ରାସ୍ତା ସଂର୍ପକରେ ମଧ୍ୟ ବିଚାରକୁ ନେଇଥିବା ଜଣାପଡିଛି।
ଉଭୟ ଗଂଜାମ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରିବାରେ ଏହି ଘାଟି ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ସଂପୂର୍ଣ୍ଣ କଳିଙ୍ଗା ଘାଟିର ମରାମତି ସହିତ ବିକଳ୍ପ ବାଇପାସ୍ ରାସ୍ତା କରିବା ଏବଂ ଜାତୀୟ ରାଜପଥ ବିଭାଗର ସ୍ଵତନ୍ତ୍ର ଏକ ଅଭିଜ୍ଞ ଦକ୍ଷ ବୈଷୟିକ ବିଶେଷଜ୍ଞ ଦଳକୁ କଳିଙ୍ଗା ଘାଟିର ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ପଦକ୍ଷେପ ନେବାକୁ ଉଭୟ ଜିଲ୍ଲାର ସୀମାବର୍ତ୍ତି ଇଲକାର ଲୋକ ମାନେ ଗୁରୁବାର ଭଞ୍ଜନଗର ବିଧାୟକ ଶ୍ରୀ ନାୟକ ଏବଂ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ଦେଇଥିଲେ। ଆଜି ବିଧାୟକ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆର୍କଷଣ କରିଥିବାରୁ ସେମାନେ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଗଞ୍ଜାମ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ୧୫୭ ନମ୍ୱର୍ ଜାତୀୟ ରାଜପଥ ଗତ ୧୬ ତାରିଖ ଦିନ ପ୍ରବଳ ବର୍ଷାରେ ଭୁସ୍ଖଳନ ଘଟି ପାହାଡ଼ ଉପରୁ ବଡ଼ ବଡ଼ ପଥର ଓ ମାଟି ଅତଡ଼ା ଖସି ପ୍ରାୟ ୩୦ ମିଟର ମୁଖ୍ୟ ରାସ୍ତା ସଂପୂର୍ଣ୍ଣ ଧୋଇ ହୋଇଛି। ଘଟଣାକୁ ୨୫ ଦିନ ବିତି ସାରିଥିବା ବେଳେ ପୁନରୁଦ୍ଧାର କାର୍ଯ୍ୟ ସହ ଅସ୍ଥାୟୀ ରାସ୍ତା ନିର୍ମାଣ ବିଳମ୍ବ ଯୋଗୁ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି, କଳିଙ୍ଗା, ଟିକାବାଲି ସାଙ୍ଗକୁ ଆଖପାଖର ସମସ୍ତ ଜନସାଧାରଣ ସ୍ବାସ୍ଥ ସେବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ରରେ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି। କଳିଙ୍ଗା ଘାଟିର କନ୍ଧମାଳ ଓ ଗଞ୍ଜାମ ସୀମାରେ ଥିବା ହୋଟେଲ, ଛୋଟଛୋଟ ବ୍ୟବସାୟୀ, ଚା ଓ ପାନ ଦୋକାନୀଙ୍କ କୌଣସି ବେପାର ନହେବା କାରଣରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ପାଲଟିଲାଣି।
ଗଞ୍ଜାମ ଓ କନ୍ଧମାଳକୁ କଳିଙ୍ଗା ଘାଟି ଦେଇ ୧୦ କିମିର ରାସ୍ତା ପଡୁଥିବା ବେଳେ ବର୍ତ୍ତମାନ ଚକାପାଦ ଦେଇ ପ୍ରାୟ ୬୦ କିମି ରାସ୍ତା ବୁଲି ବୁଲି ଯିବାକୁ ପଡୁଛି। ଭୁସ୍ଖଳନ ଘଟିଥିବା ସ୍ଥାନରେ ଦୁଇଦୁଇ ଥର ପଥର ମାଟି ଖସିଥିବା ବେଳେ ବଡ଼ବଡ଼ ପଥର ଝୁଲି ରହିଛି। ତେଣୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଘାଟିର ମରାମତି ସହ ରକ୍ଷଣାବେକ୍ଷଣ ଓ ବିକଳ୍ପ ବାଇପାସ୍ ରାସ୍ତା ନିର୍ମାଣ କରିବାର ପାଇଁ ଅଞ୍ଚଳବାସୀ ଦାବି କରିଥିଲେ। ଅନ୍ୟପଟେ ବର୍ଷା ଯୋଗୁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି। ଶୁକ୍ରବାର ୮ ରୁ ୧୦ ଇଞ୍ଚ ପର୍ଯ୍ୟନ୍ତ କଙ୍କ୍ରିଟ୍ ଢ଼ଳେଇ ପଡିଛି। ଦିନକ ପରେ ପୁଣି ଏକ ପରସ୍ତ ଢ଼ଳେଇ ହେବ। ସୁରକ୍ଷା ଦୃଷ୍ଟିରୁ ରାସ୍ତାର ଉଭୟ ପାର୍ଶ୍ବରେ ଗାର୍ଡ ୱାଲ୍ ନିର୍ମାଣ ହେବାସହ ଭୂସ୍ଖଳନ ସ୍ଥାନ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବଡ଼ ପଥରକୁ ହଟାଇବାକୁ ଯୋଜନା କରାଯିବ ବୋଲି ଜଣାପଡିଛି।
Kalinga ghati
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/10/kalinga-2025-10-10-20-52-06.jpg)