ଘୁ.ଉଦୟଗିରି: ଆଜିବି କଳିଙ୍ଗା ଘାଟି ଭୁସ୍ଖଳନ ସ୍ଥଳରେ ବିପଦ ମୁଣ୍ଡ ଉପରେ ଝୁଲି ରହିଛି। ରାସ୍ତାରେ କଂକ୍ରିଟ ଢ଼ଳେଇ ସରିଛି ଦୁଇ ଫୁଟିଆ ହୋମ ପାଇ ପ୍ରସ୍ତୁତ ହୋଇ ରହିଛି।ହେଲେ ଆଜି ସକାଳେ କିଛି ଘଣ୍ଟା କଂକ୍ରିଟ ଢ଼ଳେଇ କାମ ପରେ କାର୍ଯ୍ୟ ବନ୍ଦ ରହିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପାର୍ବଣ ପାଇଁ ତିନି ଦିନ କାର୍ଯ୍ୟ ବନ୍ଦ ରହିବ। ଆଜି କାର୍ଯ୍ୟ ସ୍ଥଳରେ କୈଣସି ବିଭାଗୀୟ ଅଧିକାରୀଙ୍କୁ ଦେଖିବାକୁ ମିଳିନଥିଲା।
କନ୍ଧମାଳ ଜିଲ୍ଲାପାଳଙ୍କ କହିବା ଅନୁସାରେ ୩୦ତାରିଖ ପର୍ଯ୍ୟନ୍ତ କଳିଙ୍ଗା ଘାଟି ରାସ୍ତାରେ ଯାନବାହନ ଚକାଚଳ ସମ୍ପୂର୍ଣ୍ଣ ନିଷେଧ କରିଥିଲେ। ତାପରେ ସେଇ ରାସ୍ତାରେ ଯାନବାହନ ଚଳାଚଳ କରିବ ବୋଲି ଲୋକ ଆଶା ବାନ୍ଧି ବସିଥିଲେ। ହେଲେ ଆଜି କାର୍ଯ୍ୟ ସ୍ଥଳ ଦେଖିବା ପରେ ଯାହା ଅନୁମାନ କରାଯାଇଛି ଆହୁରି ଦଶ ଦିନ ସମୟ ଲାଗିବ କାର୍ଯ୍ୟ ସାରିବାକୁ। କଂକ୍ରିଟ ଢ଼ଳେଇ ସରିବା ପରେ ତାଉପରେ ହୋମ ପାଇପ ବିଛା ଯାଇ ପେକିଂ ଦିଆଯାଇ ପୁନର୍ବାର ହୋମ ପାଇପ ଉପରେ କଂକ୍ରିଟ ଢ଼ଳେଇ କରି ରାସ୍ତା ନିର୍ମାଣ ହେବ। ପୁଣି ରାସ୍ତା ପାର୍ଶ୍ଵରେ ପଥର ଗାର୍ଡ ୱାଲ ନିର୍ମାଣ କରାଯିବ।
ଏହି ସବୁ କାର୍ଯ୍ୟ ସରିଲେ ଗାଡ଼ି ଯାତାୟତ କରିବ ହେଲେ ଏହା ଭିତରେ ପୁଣି ବିପଦ ମୁଣ୍ଡ ଉପରେ ଅଛି ତାହା ହେଉଛି ଉପରେ ଝୁଲି ରହିଥିବା ବଡ଼ ବଡ଼ ପଥର। ଏହି ପଥର ବାହାର କରିବା ନିମନ୍ତେ ଦୁଇଟି ବିଶେଷଜ୍ଞ ଦଳ ଭଞ୍ଜନଗର ଏବଂ ସୋନପୁର ରୁ ଆସିବା ନେଇ କନ୍ଧମାଳ ଜିଲ୍ଲାପାଳ ସୂଚନା ଦେଇଥିଲେ। ହେଲେ ସେଇ ଦୁଇ ବିଶେଷଜ୍ଞ ଦଳ କେବେ ଆସିଲେ କଣ ଦେଖିଲେ କଣ ରିପୋର୍ଟ ଦେଲେ କିଛି ବୁଝାପଡୁନଥିବା ବେଳେ ଜାତୀୟ ରାଜପଥ ଅଧିକାରୀ ପୁଣି ସୂଚନା ଦେଲେ ରାଜ୍ୟ ବାହାରୁ ଏକ ବିଶେଷଜ୍ଞ ଦଳ ଆସିବେ ଝୁଲି ରହିଥିବା ପଥର ବାହାର କରିବା ବ୍ୟବସ୍ଥା କରିବେ।
ଇତି ମଧ୍ୟରେ ଦିନ ଗଡ଼ିବାରେ ଲାଗିଛି କୌଣସି ବିଶେଷଜ୍ଞ ଦଳର ଦେଖା ନାହିଁ ପଥର ଗୁଡିକ ସେମିତି ଝୁଲି ରହିଛି।ତୁହାକୁ ତୁହା ଲଘୁଚାପ ତୁହାକୁ ତୁହା ବର୍ଷା କେତେବେଳେ କଣ ବିପଦ ଘଟିବ କେହି କହିପାରିବେ ନାହିଁ।କାର୍ଯ୍ୟରେ ବର୍ଷା ବାଧକ ସାଜିଥିବା ବେଳେ ପାଗ ବଦଳି ଭଲ ପାଗ ଆସିଲା ବେଳକୁ ପାର୍ବଣ ଋତୁ ଦୁଇ ଦିନ ପରେ ଦୁର୍ଗା ପୂଜା ଏଣୁ କାର୍ଯ୍ୟ ଧିମେଇ ଯାଇଛି। କଳିଙ୍ଗା ଘାଟି ରାସ୍ତାରେ ଦୀର୍ଘ ୧୩ଦିନ ହୋଇଗଲା ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁର୍ଗାପ୍ରସାଦ ଏବଂ କଳିଙ୍ଗା ରେ ଥିବା ଢ଼ାବା ହୋଟେଲ ଚା ପାନ ଦୋକାନୀଙ୍କ ହାତ ବନ୍ଦ ହୋଇଯାଇଛି।ଚିନ୍ତାରେ ସମସ୍ତ ବ୍ୟବସାୟୀ। ଏହାସହ ପରିବା ବ୍ୟବସାୟ କରି ଗୁଜରାଣ ମେଣ୍ଟାଉଥିବା କ୍ଷୁଦ୍ର ଚାଷୀ ବ୍ୟବସାୟୀ ମଧ୍ୟ ଆର୍ଥିକ ଯନ୍ତ୍ରଣାରେ ପେଶୀ ହୋଇଯାଇଛନ୍ତି। ସମସ୍ତଙ୍କ ଅପେକ୍ଷା କେବେ ଖୋଲିବ କଳିଙ୍ଗା ଘାଟି ରାସ୍ତା।
Kandhamal