ବିଜେଡି ‘ମୋ ସୁରକ୍ଷା, ସ୍ୱାକ୍ଷର ଅଭିଯାନ’ ଆରମ୍ଭ

ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ବୃତ୍ତିରେ କେନ୍ଦ୍ର ଅବହେଳା ନେଇ କରାଯିବ ବିରୋଧ ଓ ଦସ୍ତଖତ ଅଭିଯାନ

ଫୁଲବାଣୀ: କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ରାଜ୍ୟ ସରକାରଙ୍କ ଅନୁଦାନ କାଟ କରୁଥିବା ବେଳେ ଏବେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ର-ଛାତ୍ରୀମାନଙ୍କ ଛାତ୍ର ବୃତ୍ତି କାଟି ଥିବା ନେଇ ବିଜେଡି ଅଭିଯୋଗ କରିଛି। ଶତକଡା ୯୦ ଭାଗ ଦେବାସ୍ଥାନରେ ୭୦ ଭାଗ କାଟି ଦେଇଛି। ଏହାକୁ ନେଇ ବିଜୁ ଛାତ୍ର ଜନତାଦଳ ଏବେ କେନ୍ଦ୍ର ବିରୋଧରେ ‘ମୋ ସୁରକ୍ଷା, ସ୍ୱାକ୍ଷର ଅଭିଯାନ’ ମାଧ୍ୟମରେ ରାସ୍ତାକୁ ଓହ୍ଲାଇବେ ପ୍ରତେକ ବ୍ଲକକୁ ଯାଇ କେନ୍ଦ୍ର କିଭଳି ଛାତ୍ର ବୃତ୍ତି ଦେବାରେ ଅବହେଳା କରୁଛି ଜଣାଇବା ସହ ଦସ୍ତଖତ ଅଭିଯାନ କରାଯାଇ ସମସ୍ତ ଦସ୍ତଖତକୁ ଜିଲ୍ଲା ସ୍ତରରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଦାନ କରିବେ ରାଜ୍ୟରୁ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ ବୋଲି ଆଜି ଫୁଲବାଣୀ ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିିଳନୀରେ କୁହାଯାଇଛି।

ଜିଲ୍ଲା ସଭାପତି ସରୋଜ କର୍ଣଙ୍କ ସଭାପତିତ୍ତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ବାଲିଗୁଡା ବିଧାୟକ ରାଜୀବ ପାତ୍ର, ଫୁଲବାଣୀ ବିଧାୟକ ଡୁଗୁନି କହଁର, ରାଜ୍ୟ ଯୁବ ଜନତା ଉପ-ସଭାପତି ଦୁର୍ଗା ସାମନ୍ତରାୟ, ଜିଲ୍ଲା ମହିଳା ନେତ୍ରୀ ଅନିମା କହଁର, ଅନୁସୂଚିତ ଜାତି ସଭାପତି ପଙ୍କଜ ବେହେରା, ସମ୍ପାଦକ କାମଳ ବେହେରା, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ସ୍ମତିରଂଜନ ପଟ୍ଟନାୟକ ସମେତ ମାମୁନି ବିଶ୍ୱାଳ, ସନ୍ଦୀପ ମହାନ୍ତି, ସଂଜିତ ମଲିକ,ବିନୋଦ ବିଶୋଇ, ବ୍ଲେସି ବେହେରା ପ୍ରମୁଖ ଏହି ସାମ୍ବାଦିକ ସମ୍ବିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର