୮ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା: ଜିଲ୍ଲାପାଳଙ୍କୁ ଭେଟି ୧୦ ଦଫା ଦାବୀ ଜଣାଇଲା ବିଜେପି

ଏସପିଙ୍କୁ ଭେଟିଲା ମହିଳା କଂଗ୍ରେସ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଆଶ୍ରମ ବିଦ୍ୟାଳୟଦିନରେ ଛାତ୍ରୀମାନେ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛନ୍ତି। ଏଥିପାଇଁ ଦିନକୁ ଦିନ ଏଭଳି ଲଜ୍ୟାଜନକ ଘଟଣା ପଦାକୁ ଆସୁଛି। କନ୍ଧମାଳରେ ବାରମ୍ବାର ଏଭଳି ଘଟଣାକୁ ନେଇ ସୋମବାର ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସ୍ମତିରାଣୀ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ଜିଲ୍ଲାପାଳଙ୍କୁ ଭେଟିଛି। ବିଭିନ୍ନ ବିଦ୍ୟାଳୟରେ ସିସିଟିଭି ଲାଗିନଥିବା କହିବା ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ୧୦ ଦଫା ଦାବୀ ପତ୍ର ପ୍ରଦାନ କରିଛି। ଏହି ଦାବୀ ପତ୍ର ପ୍ରଦାନ ବେଳେ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ସାଧାରଣ ସମ୍ପାଦକ ଭଗବାନ ମହାନ୍ତି, ନମିତା ସାହୁ ସମେତ ବହୁ ମହିଳା ସାମିଲ ହୋଇଥିଲେ।

ସେହିଭଳି ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ତଥା ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ କନ୍ଧମାଳ ଏସପି ପ୍ରତୀକ ସିଂକୁ ଭେଟି ଜିଲ୍ଲାର ସମସ୍ତ ଆଶ୍ରମ ବିଦ୍ୟାଳୟ ଗୁଡିକରୁ ବିଭିନ୍ନ ଅଭାବନୀୟ ଘଟଣା ଘଟୁଥିବା ନେଇ ଅଭିଯୋଗ ଆଣିଛନ୍ତି। ଶାସକ ଓ ପ୍ରଶାସକମାନେ ଏବେବି ସଚେତନତା ହୋଇ ନାହାନ୍ତି ଯାହା ଫଳରେ ଦାରିଙ୍ଗବାଡିରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟିଛି ବୋଲି ଅଭିଯୋଗ ଆଣିଛି। କଂଗ୍ରେସ ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ୩ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବା ପାଇଁ ଦାବୀ କରିଛି।

ପ୍ରଦେଶ କଂଗ୍ରେସ ବରିଷ୍ଠ କଂଗ୍ରେସ ନେତା ଅମୀୟ ପଟ୍ଟନାୟକ ଓ ଜି.ଉଦୟଗିରି ବିଧାୟକ ଯାକବ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଘଟଣା ଘଟିଥିବା ବିଦ୍ୟାଳୟ ଓ ଥାନାକୁ ଯାଇ ଘଟଣା ସମ୍ପର୍କରେ ପଚାରି ଆସିଥିବାଏହାର ସମସ୍ତ ରିପୋର୍ଟ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ବିଳନୀରେ କୁହାଇଛି। ସାମ୍ବାଦିକ ସମ୍ବିଳନୀରେ ପ୍ରଦେଶ କିଶାନ ସଭାପତି ଅମୀୟ ପଟ୍ଟନାୟକ, ଜି.ଉଦୟଗିରି ବିଧାୟକ ଯାକବ ପ୍ରଧାନ, ଜିଲ୍ଲା ସଭାପତି ବରୁଣ ଭୋଇ, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ନକୁଳ ନାୟକ, କାର୍ଯ୍ୟକାରୀ ସଭାପତି ହୀରସିଂ ମଣ୍ଡଳ,ସନ୍ତୋଷ ପଟ୍ଟନାୟକ, ସଭାନେତ୍ରୀ ଜାନକୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର