ଘୁ.ଉଦୟଗିରି : କରୋନା ଭୁତାଣୁ ସଂକ୍ରମଣ ପାଇଁ ସାରା ଜଗତ ତ୍ରାହି ତ୍ରାହି ଡାକ ପକାଉଥିବା ବେଳେ ଗଞ୍ଜେଇ ଚୋରା ଚାଲାଣକାରୀ ନିଜ ବେପାରରେ ବେଶ ସକ୍ରିୟ ଅଛନ୍ତି । କନ୍ଧମାଳ ଅଞ୍ଚଳରୁ ଅନବରତ ଗଞ୍ଜେଇ ମାଫିଆ ଚୋରା ଗଞ୍ଜେଇ ଚାଲାଣ ଚଳେଇଛନ୍ତି । ଆଜି ଏକ ଧଳା ଟାଟା ଇଣ୍ଡଗୋ ଇସିଏସ କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପୋଲିସ ହାବୁଡ଼ରେ ପଡି ଗଞ୍ଜେଇ ମାଫିଆ ଧରାପଡିଥିବା ଖବର ମିଳିଛି ।

Advertisment

ମିଳିଥିବା ସୂଚନା ଅନୁସାରେ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ଆଇଆଇସି ନରେଶ କୁମାର ସାହୁ ନିଜର ଏକ ପୋଲିସ ଟିମକୁ କଳିଙ୍ଗା ଘାଟିରେ ମୁତୟନ କରିଥିଲେ । ସ୍ଥାନୀୟ ଥାନା ଏସଆଇ କୌଶଲ୍ୟା ବେହେରାଙ୍କ ନେତୃତ୍ୱରେ ଆଜି ସକାଳୁ ପୋଲିସ କଳିଙ୍ଗା ଘାଟିରେ ନାକା ଲଗେଇ ରାସ୍ତାରେ ଯାତାୟାତ କରୁଥିବା ଗାଡି ଗୁଡିକୁ ତନ ତନ କରି ଯାଞ୍ଚ କରୁଥିବା ବେଳେ ବାଲିଗୁଡ଼ାରୁ ନୟାଗଡ଼ କୁ ଗଞ୍ଜେଇ ନେଇ ଯାଉଥିବା ଏକ ଧଳା ରଙ୍ଗର ଟାଟା ଇଣ୍ଡଗୋ ଇସିଏସ କାରକୁ ଅଟକେଇ ସେଥିରୁ ତିନି ଗୋଟି ବସ୍ତାରେ ଥିବା ୭୦କେଜି ଗଞ୍ଜେଇ ଜବତ କରିଥିଲେ।ସ୍ଥାନୀୟ ଅତିରିକ୍ତ ତହସିଲଦାର ରାକେଶ ପାତ୍ରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରି ଜବତ କରାଯିବା ସହ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରି ଥାନା ଆଇଆଇସି ନରେଶ କୁମାର ସାହୁ ନିଜେ ତଦନ୍ତ ଭାର ଗ୍ରହଣ କରିଛନ୍ତି ।