ଫୁଲବାଣୀରୁ ବୌଦ୍ଧକୁ ଗଂଜେଇ ଚାଲାଣ, କାର ଓ ଅଟୋ ସହ ୩୨ କିଲୋ ଜବତ,୨ ଗିରଫ

ଫୁଲବାଣୀ : କରୋନା କଟକଣା କୋହଳ। ପୁଲିସର ଧରପଗଡ ଧିମା ଯୋଗୁଁ କନ୍ଧମାଳରେ  ମାଫିଆ ସକ୍ରିୟ ହୋଇ ଗଂଜେଇ ବାହାରକୁ ଚାଲାଣ କରିବାରେ ଲାଗି ପଡିଛନ୍ତି। ଆଜି ଫୁଲବାଣୀରୁ ବୌଦ୍ଧକୁ କାର ଓ ଅଟୋରେ ଆଗ ପଛ ହୋଇ ଗଂଜେଇ ଚାଲାଣ ହେଉଥିଲା।

ବିଶେଷ ସୁତ୍ରରୁ ଖବର ପାଇଁ ଫୁଲବାଣୀ ଅବକାରୀ ଇନସପେକ୍ଟର ଅଜୟ କୁମାର ବେହେରା ସଦଳବଳେ ସୁଡ୍ରୁକୁମ୍ପା ନିକଟରେ ସଜାଗ ରହିଥିଲେ। ଦୁଇ ଗାଡିକୁ ଅଟକ ରଖି ଯାଞ୍ଚ ପରେ ଗଂଜେଇ ମିଳିଥିଲା। କାରରୁ ୧୮ କିଲୋ ୨୦୦ ଓ ଅଟୋରୁ ୧୪ କିଲୋ ୩୦୦ ଗ୍ରାମ ଗଂଜେଇ ମିଳିଥିଲା। କାର ଓ ଅଟୋ ସହ ଅବକାରୀ ବିଭାଗ ଗଂଜେଇ ଜବତ କରିଥିଲା। ଏଥିରେ ଅଟୋ ଚାଳକ ନେଡିପଦରର ବିକାଶ ଦିଗାଲ ଓ କାର ଚାଳକ ପଟାବାଲିସାହିର ଦିଲ୍ଲୀପ ବହିଦାରଙ୍କୁ ଗିରଫ କରାଯାଇଛି। ଗିରଫ ୨ ଅଭିଯୁକ୍ତଙ୍କୁ ସଂଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଇନସପେକ୍ଟର ଶ୍ରୀ ବେହେରା କହିଛନ୍ତି। ଏହି ଚଡାଉରେ ବିଭାଗର କର୍ମଚାରୀ ସାନ୍ତନୁ ପଟ୍ଟନାୟକ,ରଣଜିତ ପଟ୍ଟନାୟକ,ମଧୂସୂଦନ ବେହେରା,ଅମରଜିତ ସାହୁ ଓ ଏମ ସଂଜୀବକୁମାର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର