କନ୍ଧମାଳ: ୯୫,୦୦୦ ଗଞ୍ଜେଇ ଗଛ ନଷ୍ଟ

କନ୍ଧମାଳ: ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ପୁଲିସ ପକ୍ଷରୁ ରବିବାର ସ୍ଲୁମ୍ବି, କୁଲିକୁଡ଼ା ଓ ବାଲିଗୁଡ଼ା ଗ୍ରାମରେ ଚଢ଼ାଉ କରାଯାଇ ୯୫,୦୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍‌ ବିଜୟ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିିତିରେ ୬୦ ଜଣ ସିଆରପିଏଫ୍‌ ଯବାନ ଓ ଶ୍ରମିକ ଗଞ୍ଜେଇ ଗଛ ନଷ୍ଟ କରିଥିଲେ। ନଷ୍ଟ ହୋଇଥିବା ଗଞ୍ଜେଇର ମୂଲ୍ୟ ୧୦କୋଟି ଟଙ୍କା ହେବ ବୋଲି ପୁଲିିସ କହିଛି।

ସମ୍ବନ୍ଧିତ ଖବର