ଜି.ଉଦୟଗିରି: କନ୍ଧମାଳରେ କୁହୁଡ଼ି ହେଲା କାଳ। ଜି. ଉଦୟଗିରି ନିକଟ ଶ୍ରୀକଲା ଘାଟିରେ ଅଭିନେତା ଅଭିଷେକ ଗିରିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ନିଜେ କାର ଚଳାଉଥିବା ବେଳେ ସାଥୀରେ ଥିଲେ ସୁନୀଲ ପଟ୍ଟନାୟକ ଓ ଅଭିନେତ୍ରୀ ସାୟନ ମୁଖାର୍ଜୀ। ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହେବା ପରେ ସମସ୍ତଙ୍କୁ ଜି.ଉଦୟଗିରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା।
/sambad/media/post_attachments/wp-content/uploads/2024/01/abhisek-giri-240x300.jpg)
ଓଡ଼ିଆ ଫିଲ୍ମ ‘ଅଦୃଶ୍ୟ’ର ସୁଟିଂ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡ଼ି ଯୋଗୁଁ ଘାଟିରେ କାରଟି ଭାରସାମ୍ୟ ହରାଇ ଗାର୍ଡ ୱାଲକୁ ମାଡ଼ ହୋଇ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଓଲଟି ପଡ଼ିଛି। ଦୁର୍ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/11-31.jpg)