ଘୁ.ଉଦୟଗିରି: କୁହୁଡ଼ିର ବଳୟ ଭିତରେ ସାରା ଘୁ.ଉଦୟଗିରି ଅଞ୍ଚଳ।ପୁଣି ଲେଉଟିଲା ଶୀତ । ଖସିଲା
ଗତ ତିନି ଦିନ ଧରି ପାରଦ କ୍ରମାଗତ ଭାବେ ତଳ ମୁଁହା ହେବାରେ ଲାଗିଛି। ଆଜି ଘୁ.ଉଦୟଗିରି ସହରର ତାପମାତ୍ରା୧୦.୪ଡିଗ୍ରି ରେକର୍ଡ କରାଯାଇଛି। ପାରଦ ଖସିବା ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ସୁଲୁସୁଲିଆ ଥଣ୍ଡା ପବନ ବହିବା ସହ ଆକାଶରୁ ଶିଶିର ବିନ୍ଦୁ ପଡ଼ିବ ଥଣ୍ଡାକୁ ଦ୍ୱିଗୁଣିତ କରୁଛି। ସଞ୍ଜ ନଇଁଲେ କୁହୁଡି ଆରମ୍ଭ ହେଉଥିବା ବେଳେ ଦିନ ଦଶଟା ପର୍ଯ୍ୟନ୍ତ କୁହୁଡି ଲାଗିରହୁଛି। ଗାଡ଼ି ମଟର ଚଳାଚଳରେ ବ୍ୟାଘାତ ସୃଷ୍ଟିର ସହ ଦୁର୍ଘଟଣା ବୃଦ୍ଧି ପାଉଛି। ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳରେ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଥିବା ଦେଖିବାକୁ ମିଳିଛି।କେତେବେଳେ ପାରଦ ଖସୁଛି ତ କେତେବେକେ ବଢୁଛି।ବିଳମ୍ବରେ ଶୀତ ଆସିଥିବା ଯୋଗୁଁ ଶୀତ ବିଳମ୍ବରେ ଯିବାର ସମ୍ଭାବନା ରହିଛି।ପ୍ରବଳ ଶୀତ ହେବା ନେଇ ଅନୁମାନ କରାଯାଉଛି।