ତୁମୁଡିବନ୍ଧ: କନ୍ଧମାଳରେ ଏବେ ବି ଶୀତ ଲହରୀ ଜାରି ରହିଛି। ପର୍ଯଟକଙ୍କୁ ଆକୃଷ୍ଟ କରୁଛି ଓଡିଶାର କାଶ୍ମୀର ‘ଦାରିଙ୍ଗବାଡି’ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ‘ବେଲଘର’। ମାତ୍ର କିଛି ଦିନ ହେବ ପର୍ଯ୍ୟଟକମାନଙ୍କୁ ବାଘ ଭୟ ହୋଇଛି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମନରେ ଭୟ ହେଉଛି ଯେ, କିଛି ଲୋକ ଅସହିଷ୍ଣୁ ହୋଇ ସୋସିଆଲ ମିଡିଆରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଓ ବେଲଘର ଜଙ୍ଗଲରେ ବାଘ ମାତିଛି ବୋଲି ଫଟୋ ଭାଇରାଲ କରିଛନ୍ତି। ବାଘ ପର୍ଯ୍ୟଟକଙ୍କୁ ଆକ୍ରମଣ କରୁଛି। ଫଳରେ ପର୍ଯ୍ୟଟକଙ୍କ ମନରେ ଭୟ ସୃଷ୍ଟି ହେବା ସ୍ୱାଭାବିକ।
Sambad is now on WhatsApp
Join and get latest news updates delivered to you via WhatsApp
ଦାରିଙ୍ଗବାଡ଼ି ଓ ବେଲଘର ଆସିବା ପୂର୍ବରୁ ପର୍ଯ୍ୟଟକମାନେ ଟିକିଏ ଶଙ୍କା ପ୍ରକାଶ କରୁଛନ୍ତି ଓ ସମ୍ପର୍କୀୟଙ୍କୁ ଏବାବଦରେ ପଚାରି ବୁଝୁଛନ୍ତି। ଏଭଳି ଖବର ଚର୍ଚ୍ଚାର ବିଷୟ ପାଲିଟିଛି କିନ୍ତୁ ଏହି ଗୁଜବ ପ୍ରାୟ ଏକ ସପ୍ତାହ ହେବ ଚର୍ଚ୍ଚା ହେଉଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆ ନ ଯିବା ନିନ୍ଦନୀୟ।
ଜାନୁଆରି ୧୭ ପରେ ବି ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି। ବୁଧବାର ତାପମାତ୍ରା ରାତ୍ରିରେ ୯ ଡିଗ୍ରି ଓ ଦିନରେ ୧୧ଡିଗ୍ରି ରହିଥିବା ବେଳେ ଗୁରୁବାର ରାତିରେ ୮ ଡିଗ୍ରି ଓ ଦିନ ତମାମ ୧୦ ଡିଗ୍ରି ତାପମାତ୍ରା ରହିଥିଲା। ପର୍ଯ୍ୟଟକମାନେ ଆସି ଫଟୋ ଓ ସେଲ୍ଫି ନେଇ ଉପଭୋଗ କରୁଥିବା ବେଳେ ସାଧାରଣ ଲୋକ ଏବେବି କାଠ ଜାଳି ନିଆଁ ପୋଉଛନ୍ତି।