ଫୁଲବାଣୀ :ଓଡିଶା ପ୍ରଦେଶ କ˚ଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଫୁଲବାଣୀ ଗସ୍ତରେ ଆସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ବାଲିଗୁଡା ଓ ରାଇକିଆରେ ସଭା ଓ ପଥପ୍ରାନ୍ତ ସଭାରେ ଯୋଗ ଦେଇ ଶେଷରେ ଫୁଲବାଣୀରେ ପହଞ୍ଚିଥିଲେ। ତାଙ୍କୁ ଏଠାରେ ଜିଲ୍ଲା କ˚ଗ୍ରେସ କମିଟି ପକ୍ଷରୁ ଭବ୍ୟ ସମ୍ବର୍ଧନା ଦିଆଯାଇଥିଲା। ଆୟୋଜିତ ଖୋଲାମ˚ଚରେ ଯୋଗ ଦେଇ ସେ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଦଳ କ୍ଷମତାକୁ ଆସିଲେ କନ୍ଧମାଳ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Advertisment

ଫୁଲବାଣୀ ଗାନ୍ଧି ସ୍ମୃତି ଭବନଠାରେ ଅନୁଷ୍ଠିତ ଖୋଲାମ˚ଚରେ ସହର ଓ ଜିଲ୍ଲାର ବିଭିନ୍ନ ବର୍ଗର ଲୋକ ଯୋଗଦେଇଥିଲେ। କ˚ଗ୍ରେସରେ ଥିବା ଗୋଷ୍ଠୀ କନ୍ଦଳକୁ କିପରି ମୁକାବିଲା କରିବେ, କ୍ଷମତାକୁ ଆସିଲେ କନ୍ଧମାଳରେ ଥିବା ସମସ୍ୟା ଦୂର ପାଇଁ କି ପଦକ୍ଷେପ ନିଆଯିବ? ଏମିତି ବହୁ ପ୍ରଶ୍ନର ଶେଷରେ ଶ୍ରୀ ପଟ୍ଟନାୟକ ଉତ୍ତର ରଖିଥିଲେ। ଆହୁରି ମଧ୍ୟ ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ କେବଳ କନ୍ଧମାଳ କାହିଁକି ସମଗ୍ର ଓଡିଶାରେ ସମସ୍ୟା ବଢି ଚାଲିଛି। ବିକାଶ ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ହରିଲୁଟ ହେଉଛି ଯୋଜନା। ତାଙ୍କ ଦଳ କ୍ଷମତାକୁ ଆସିଲେ ନିଶ୍ଚୟ କନ୍ଧମାଳ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ରେଳସ˚ଯୋଗ ଓ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲେ।

ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ସାଧାରଣ ସମ୍ପାଦକ ସ˚ଜୟ ଗିରି, ସମ୍ପାଦକ ଆକାଶ ଭୂୟାଁ, ଘୁ.ଉଦୟଗିରି ବିଧାୟକ ଜାକବ ପ୍ରଧାନ, ପୂର୍ବତନ ସା˚ସଦ ରାଧାକାନ୍ତ ଦିଗାଲ ପ୍ରମୁଖ ଏହି କାର୍ଯ୍ୟକମରେ ଯୋଗ ଦେଇଥିଲେ।