ବାଲିଗୁଡ଼ା (ସନ୍ତୋଷ ଦାସ): ସାରା ରାଜ୍ୟରେ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଜୀବନଯାତ୍ରା ଉପରେ ପ୍ରଭାଵ ପଡ଼ିଥିବା ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଜଙ୍ଗଲ ପାହାଡ଼ ଘେରା କନ୍ଧମାଳ ଜିଲ୍ଲାରେ ମଧ୍ୟ ଲୋକେ ଘନ କୁହୁଡ଼ି ଯୋଗୁଁ ଅସ୍ତବ୍ୟସ୍ତ ହୋଇଯାଉଛନ୍ତି। ସନ୍ଧ୍ୟା ୭ଟା ପରଠାରୁ କୁହୁଡି ଆରମ୍ଭ ହୋଇଯାଉଥିବା ବେଳେ ସକାଳ ୧୦ ଟା ପର୍ଯ୍ୟନ୍ତ ଜାରି ରହୁଛି। ଘନ କୁହୁଡ଼ି ମଧ୍ୟରେ ଥଣ୍ଡାରେ ଗୋଡ଼ ହାତ କାଲ ମାରୁଛି। ଏହାରି ଫଳ ଏହି ଜିଲ୍ଲା ଦେଇ ଯାଇଥିବା ବସ୍‌ ଟ୍ରକ ଠାରୁ ଆରମ୍ଭ କରି ଛୋଟ ବଡ଼ ଗାଡିର ଡ୍ରାଇଭରମାନେ ଗାଡ଼ି ଚଳାଇବାରେ ବହୁ ସମସ୍ୟାର ସମ୍ବୁଖିନ ହେଉଥିବା ଦେଖିବାକୁ ମିଳୁଛି।

Advertisment

ଏହି ଜିଲ୍ଲା ଦେଇ ବ୍ରହ୍ମପୁର-ରାୟପୁର ୫୯ ଜାତୀୟ ରାଜପଥ ଓ ବିଜୟୱାଡା-ରାଞ୍ଚି କରିଡ଼ର ଯାଇଥିବା ବେଳେ ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, ଭବାନୀପାଟଣା, ରାୟଗଡ଼ା ଭଳି ପ୍ରମୁଖ ସହରକୁ ପ୍ରତ୍ୟେକ ଦିନ ଶହଶହ ଗାଡି ଚଳ ପ୍ରଚଳ କରିଥାଏ। ଜିଲ୍ଲାକୁ ପ୍ରବେଶ କରାଇବାକୁ ହେଲେ କଳିଙ୍ଗା ଘାଟି, ଗାଜଲବାଡି, ରାଣୀ ପଥର ଘାଟି, ମାଧପୁର ଘାଟି, କରଡା ଘାଟି, ତୁମୁଡ଼ିବନ୍ଧ ଘାଟି ପଡ଼ିଥାଏ। ଘନ କୁହୁଡି ଯୋଗୁଁ ଘାଟିର ଅଙ୍କାବଙ୍କା ରାସ୍ତାରେ ବିଭିନ୍ନ ସମୟରେ ରାସ୍ତା ଦେଖା ନ ଯିବାରୁ ଦୁର୍ଘଟଣା ଘଟୁଛି।

ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

ନିକଟରେ କଳିଙ୍ଗା ଘାଟିରେ ଏକ ବସ, ଗାଜଲବାଡି ଘାଟିରେ ଏକ ଟ୍ରକ ଦୁର୍ଘଟଣା ଘଟିଥିବା ବେଳେ ଏକ ମାସ ମଧ୍ୟ ଛୋଟ ବଡ ଦୁର୍ଘଟଣା ଜିଲ୍ଲା ମଧ୍ୟରେ ଘଟିଥିବା ଦେଖିବାକୁ ମିଳିଛି। କିନ୍ତୁ ପରିବହନ ବିଭାଗ ପକ୍ଷରୁ ସେଭଳି କିଛି ସଚେତନ ବାର୍ତ୍ତା କିମ୍ବା ଦିଆଯାଉ ନାହିଁ କି ସଚେତନ କରା ନଯିବାକୁ ନେ଼ଇ ବୁଦ୍ଧଜୀବୀ ମହଲ ରେ ଅସନ୍ତୋଷ ଦେଖାଦେଉଛି। ବସ ଟ୍ରକ ଗୁଡ଼ିକ ନିଜ ସୁରକ୍ଷା ପାଇଁ ୮ରୁ ୧୦ ହଲୋଜିନ ଲାଇଟ ଲଗାଇ ଯିବା ଆସିବା କରୁଛନ୍ତି। ତାହା ମଧ୍ୟ କୁହୁଡିକୁ ପ୍ରତିହିତ କରି ପାରୁ ନାହିଁ ଯାହା ଫଳରେ ବସ ଗୁଡ଼ିକର ସମୟ ବିଳମ୍ୱ ହେଉଥିବା କିଛି ବସ ଡ୍ରାଇଭର କହିଛନ୍ତି। ଆଜି ଜିଲ୍ଲାକୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆସିଥିବା ସମୟରେ ଜିଲ୍ଲାରେ ଘନ କୁହୁଡିର ଦୃଶ୍ୟ ଦେଖିଥିଲେ। ଏନେଇ ମନ୍ତ୍ରୀଙ୍କ ଠାରୁ ସାମ୍ବାଦିକମାନେ ଜାଣିବା ପାଇଁ ଚେଷ୍ଟା କରିଥଲେ। ପରିବହନ ବିଭାଗର କଣ ରହିବ ପଦକ୍ଷେପ କିନ୍ତୁ ମନ୍ତ୍ରୀ ଏ ନେଇ କୌଣସି ଉତ୍ତର ଦେବା ପାଇଁ ଇଚ୍ଛା ପ୍ରକାଶ କରିନଥିଲେ। ଓଲଟା କହିଥିଲେ। ଏହା ଏକ ଶସ୍ତା କଥା କହି ଚାଲିଯାଇଥିଲେ। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟି ଉତ୍ତର ପ୍ରଦେଶରେ ଏକ ଭୟାନକ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ମନ୍ତ୍ରୀଙ୍କ ଉତ୍ତର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି।

ହାଡ଼ଭଙ୍ଗା ଶୀତ ଜାରି

ଜିଲ୍ଲାର ସମସ୍ତ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ବିଗତ ଏକ ମାସ ହେବ ୧୦ ଡିଗ୍ରି ତଳେ ତାପମାତ୍ରା ରହୁଥିବା ବେଳେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଫଳରେରେ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେଉଛନ୍ତି। ଜାଡ଼ ଓ ଥଣ୍ଡା ସହ କୋହଲା ପବନ ଯୋଗୁଁ  ସନ୍ଧ୍ୟା ପୂର୍ବରୁ ସହରର ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହେଉଥିବା ଦେଖିବାକୁ ମିଳୁଛି। ଅତ୍ୟଧିକ ଜାଡ଼ ଥଣ୍ଡା ଯୋଗୁଁ ସକାଳ ୧୦ ଘଣ୍ଟିକା ଯାଏଁ ଘରୁ ବାହାରିବା ମୁସ୍କିଲ୍ ହେଉଛି।  ସନ୍ଧ୍ୟା ହେବା କ୍ଷଣି ବଜାରରେ ଗହଳି କମି ଯାଉଛି ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ  ନିଆଁର ସାହାରା ନେଉଛନ୍ତି ଓ ଚା ଦୋକାନ ରେ ଗହଳି ଜମୁଛି।