ଘୁ.ଉଦୟଗିରି: ସ୍ଥାନୀୟ ଅଞ୍ଚଳରେ ଥମୁନି ହାତୀ ଉପଦ୍ରଵ। ଗ୍ରାମାଞ୍ଚଳ ଛାଡ଼ି ସହର ଭିତରେ ପଶି ବାରମ୍ବାର କ୍ଷୟକ୍ଷତି କରିଚାଲିଛନ୍ତି ଦୁଇ ଦନ୍ତା। ଦନ୍ତା ଭୟରେ ଲୋକ ରାତି ଉଜାଗର ରହିବାକୁ ପଡୁଛି। ସାରା ରାତି ଉଜାଗର ରହି ଦିନରେ କାର୍ଯ୍ୟ କରିବା ଅସମ୍ଭବ ହୋଇପଡ଼ିଛି ଗରିବ ଲୋକଙ୍କ ପାଇଁ। ଗୋଟିଏ ପଟେ ହାତୀ ଭୟ,ଫସଲ ନଷ୍ଟ ଅନ୍ୟ ପଟେ ଦିନର ରୋଜଗାର ବନ୍ଦ।ଧନହାନି ପ୍ରାଣ ପୀଡା ଦେଉଛି ଦୁଇ ଦନ୍ତା।ରାତି ପାହିଲେ ହାତୀ ଭୟ। ଦୀର୍ଘ ମାସ ହେଲା କୁରୁମିଙ୍ଗିଆ,ସୁଜେଲି,ମାଲିକପଡ଼ି, ପଦାସାହି, ରାଇପଦା, ନନ୍ଦଗିରି, ପିଡିକାମହା, ରେଟୁଡ଼ି, ଗ୍ରେସଙ୍ଗିଆ, ରୁଦାଙ୍ଗିଆ, ମାଲାନସୁଗା,ଆଦି ବିଭିନ୍ନ ସ୍ଥାନ ରେ ହାତୀ ଉପଦ୍ରପ କରୁଥିବା ବେଳେ ଆଜି ସହର ଉପକଣ୍ଠ ପଦାସାହି ରେ ପୁଣି ଥରେ ଉପଦ୍ରଵ ଦେଖିବାକୁ ମିଳିଛି।
କାଲି ରାତି ଏଗାରଟା ରେ ଦୁଇଟି ଦନ୍ତାହାତୀ ପ୍ରଦୀପ ନାୟକ ଏବଂ ତାଙ୍କ ପୁଅ ପ୍ରକାଶ ନାୟକଙ୍କ ଘରେ ପଶି ତିନି ବଖରା ଘର ଭାଙ୍ଗି ଥିବା ବେଳେ ବହୁ ଆସବାବପତ୍ର ନଷ୍ଟ କରିବା ସହିତ ଗଛ ପତ୍ର ନଷ୍ଟ କରିଛନ୍ତି। ନିକଟରେ ଥିବା ଗୋବର୍ଦ୍ଧନ ପ୍ରଧାନଙ୍କ ମକା ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି.। ହାତୀ ଘର ଭାଙ୍ଗିବା ଶବ୍ଦ ଶୁଣି ପ୍ରକାଶ ନାୟକ ତାଙ୍କ ପୁଅ ସ୍ତ୍ରୀ ଏବଂ ପରିବାର ର ପାଞ୍ଚ ଜଣ ପଡିଉଠି ମୁଖ୍ୟ ରାସ୍ତା କୁ ଦୌଡ଼ି ପଳାଇ ଜୀବନ ରକ୍ଷା କରିଛନ୍ତି। ଏମିତି ବାରମ୍ବାର ଘଟୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ବାହାର କରିପାରୁନି ବନ ବିଭାଗ। ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ରହୁଥିବା ବେଳେ ପ୍ରଭାବିତ ହେବାରେ ଲାଗିଛି ଜୀବନ ଜୀବିକା। ଫଳରେ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବନକର୍ମଚାରୀ ଘଟଣା ସ୍ଥଳରେ ପହଂଚି କ୍ଷୟକ୍ଷତି ଆକଳନ କରିବା ସହିତ କ୍ଷତି ପୂରଣ କରିବା ପାଇଁ ସରକାରଙ୍କୁ ଜଣାଇ ଥିବା କହିଛନ୍ତି। କିନ୍ତୁ ପୂର୍ଵରୁ ଲଗାତାର ଦୁଇ ବର୍ଷ ହେଲା ହାତୀ ଉପଦ୍ରଵରେ ପ୍ରଦୀପ ନାୟକଙ୍କ କଦଳୀ ବଗିଚା ବ୍ୟାପକ କ୍ଷୟ କ୍ଷତି ହାଇଥିବା ରିପୋର୍ଟ ଯାଇଥିଲେ ମଧ୍ୟ ଆଜି ପଯ୍ୟନ୍ତ ସହାୟତା ନମିଳିବା କଥା କହିଛନ୍ତି ଶ୍ରୀ ନାୟକ। ହାତୀ ଉପଦ୍ରବରେ କ୍ଷତି ଗ୍ରସ୍ତ ପରିବାର ଅବସ୍ଥା ଦୟନୀୟ ହୋଇପଡିଥିବା ବେଳେ ଶୀଘ୍ର ସହାୟତା ପ୍ରଦାନ କରାଯିବା ପାଇଁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/21/e2263511-58f1-4509-aac8-ec94baa3901f-2025-07-21-19-45-43.jpg)