ହାତୀ ସୁରକ୍ଷା ନେଇ ବନ ବିଭାଗ ଆନ୍ତରିକତାକୁ ନେଇ ପ୍ରଶ୍ନ, ଗ୍ରାମବାସୀଙ୍କ ହାତୀ ମୃତ୍ୟୁକୁ ନେଇ ଭିନ୍ନ ମତ
ବନଭାଗ କହିଲା-ବୟଶାଧିକ, ଗ୍ରାମବାସୀ କହିଲେ ଚିକତ୍ସାରେ ଅବହେଳା
ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ବାଲିଗୁଡା ବନଖଣ୍ଡ ଲଙ୍କାଗଡ ଜଙ୍ଗଲର ବାରିଙ୍ଗିଲି ନିକଟ ନାଳକୁ ଗତ ୧୬ ତାରିଖ ଦିନ ସନ୍ଧ୍ୟାରେ ଏକ ୬ଟିକିଆ ହାତୀ ପଲ ପାଣି ପିଇବା ପାଇଁ ଆସିଥିବା ବେଳେ ହାତୀଟି ପଡି ଯାଇ ଥିଲା। ସେଠାରୁ ଅଉ ଉଠି ପାରିନଥିଲା। କେଉଁ କାରଣ ଯୋଗୁଁ ହାତୀଟି ପଡି ଗଲା ତାହା ସ୍ପଷ୍ଟ ଜଣାପଡ଼ୁ ନଥିବା ବେଳେ ହାତୀ ପାର୍ଶ୍ୱରେ ଏକ ଗୋଲିଆ କଣା ହୋଇ କଳା ହୋଇ ଥିବା ଦେଖା ଦେଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ହାତୀଟି ପଡିଯିବା ଫଳରେ ଆଉ ହାତୀ ଉଠିକି ଯାଇ ପାରିନଥିଲା। ତେବେ ଏହା ପରେ ହାତୀଟି ଚିତ୍କାର କରିଥିଲା ଓ ସାଥି ହାତୀମାନେ ମଧ୍ୟ ଚିତ୍କାର କରିଥିଲେ। ହାତୀଟି ହଟାତ୍ ପଡିଯିବା ଫଳରେ ତା’ଦେହରେ ଶକ୍ତ ଆଘାତ ହୋଇଥିବା କୁହାଯାଉଛି। ଏହା ପରେ ବନ ବିଭାଗ ହାତୀ ଟିର ଚିକତ୍ସା ଦୁଇ ଦିନ ପରେ ଆରମ୍ଭ କରିଥିଲେ କିନ୍ତୁ ଉପଯୁକ୍ତ ଚିକତ୍ସା ନ କରି ହାତୀଟି ଶେଷରେ ମାରି ଦେଲେ। ତେବେ ହାତୀ ମୃତ୍ୟୁ ପଛରେ ଦାୟୀ କେଉଁମାନେ? ସେ ନେଇ ଏବେ ଅଞ୍ଚଳ ବାସୀ ଓ ହାତୀ ପ୍ରେମୀମାନେ ପ୍ରଶ୍ନ କରିଛନ୍ତି।
ସ୍ଥାନୀୟ ଲୋକେ କହିଛନ୍ତି, ହାତୀ ଏପରି ଏକ ବନ୍ୟ ଜନ୍ତୁ ଯାହା ଲୋକଙ୍କ ପାଇଁ ଏକ ଲକ୍ଷ୍ମୀ ସଦୃଶ ତାହା ଆଜି ଧୀରେ ଧୀରେ ଆମ ଜଙ୍ଗଲରୁ ଲୁପ୍ତ ହେବାକୁ ବସିଲାଣି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଦେଇ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ଦେଇଛନ୍ତି କିନ୍ତୁ ସେମାନଙ୍କ ଦାଇତ୍ୱ ହୀନତା ଓ ଦୂର ଦର୍ଶିତା ହିଁ ହାତୀ ମୃତ୍ୟୁର କାରଣ ବୋଲି କହିଛନ୍ତି। ହାତୀ ମୃତ୍ୟୁ ପାଇଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଦରକାର ଓ ସ୍ଥାନୀୟ ଡ଼ିଏଫଓ ଘଟଣା ସ୍ଥଳକୁ ନଯିବା ଦୁଃଖ ବିଷୟ ସେଥିପାଇଁ ସେମାନଙ୍କ ଦାଇତ୍ୱ ହୀନତା ଓ ଚିକତ୍ସା ଅବହେଳା ଦାୟୀ କରିଛନ୍ତି ପୂର୍ବତନ କୋଟଗଡ ଅଭୟାରଣ୍ୟ ବନ୍ୟ ସଂରକ୍ଷକ ୱାଡେନ ନେତ୍ର ମାନସେଠ। ସେ କହିଛନ୍ତି ଏଭଳି ଦୁର୍ଲଭ ହାତୀ ଟି ୮ ଦିନ ଛଟପଟ ହେଲା କିନ୍ତୁ ସ୍ଥାନୀୟ ଡ଼ିଏଫଓ ଘଟଣା ସ୍ଥଳକୁ ନଯିବା ଦୁର୍ଭାଗ୍ୟର ବିଷୟ ଆଉ କେତେ ଦିନ ପରେ ଏ ବନ ବିଭାଗ ହାତୀ ସୁରକ୍ଷା ପାଇଁ ଅଣ୍ଟା ଭିଡିବ।
ଏପଟେ ବନଖଣ୍ଡ ଅଧିକାରୀ (ଡ଼ିଏଫଓ)ବିଶ୍ୱନାଥ ନୀଳନବର କହିଛନ୍ତି, ହାତୀଟି ପାଣି ପିଇବାକୁ ଆସି ଫେରିବା ସମୟରେ ପାହାଡ଼ ଚଢି ନ ପାରି ଖସି ପଡିଥିଲା ଯାହା ଫଳରେ ହାତୀ ଟି ର ଦେହରେ ମାଡ଼ ହେବା ସହ ଦେହରେ ଖୁଣ୍ଟା ବାଜି କଣା ହୋଇଥିଲା ତା ସାଙ୍ଗେ ସାଙ୍ଗେ ତାର ଏକ ହାଡ଼ ମଧ୍ୟ ମାଡ଼ ହୋଇ ପଚି ଯାଇ ଥିଲା ଏଣୁ ହାତୀ ଟି ବଞ୍ଚି ନଥିଲା ଆମେ ହାତୀ ଟିର ହାଡ଼ ମାଡ଼ ହେବା ବିଷୟ ତିନି/ଚାରି ଦିନ ପରେ ଜାଣିଲୁ ଏହା ସହ ବୟଶା ଧିକ ମଧ୍ୟ ହାତୀ ମୃତ୍ୟୁର କାରଣ। ଏଣୁ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ସେ କହିଛନ୍ତି।