ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର କୋଟଗଡ ହାତୀ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାକୁ ୪ ଦିନ ବିତିଥିବା ବେଳେ କାହାର ଅବହେଳାରୁ ହାତୀର ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇ ନାହିଁ। କାହାରି ବିରୁଦ୍ଧରେ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇ ନଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣା ର ସତ୍ୟା ସତ୍ୟ ଜଣାପଡିବ ବୋଲି ବାଲିଗୁଡା ଡିଏଫଓ ବିଶ୍ୱନାଥ ନୀଳାମ୍ବର କହିଛନ୍ତି। ବନ ବିଭାଗ ଯେତେ ସତ ଲୁଚାଇ ବାକୁ ଚେଷ୍ଟା କରୁଥିଲେ ମଧ୍ୟ ସତ ଲୁଚିବା ନାଁ ଧରୁନାହିଁ। ବେଲଘର ରେଞ୍ଜ ଅଧୀନରେ ଥିବା ବେଲଘର-ଝିରୀପାଣି ରାସ୍ତାର ଶିକକି ନିକଟ ଜଙ୍ଗଲରେ ଏକ ହାତୀ ମରି ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଜଣାଇଥିଲେ। ବନ ବିଭାଗ ଗୁରୁବାର ଗ୍ରାମବାସୀ, ସ୍ଥାନୀୟ ଜନପ୍ରତିନିଧି କିମ୍ବା କୌଣସି ଅଧିକାରୀଙ୍କୁ ନଡାକି କିମ୍ବା ସେହି ସ୍ଥାନକୁ କାହାରିକୁ ଛାଡି ନଥିଲେ। ଲୋକେ ହାତୀକୁ ନିଜର ରାଜା ଓ ଭଗବାନ ମନେ କରୁଥିବା ବେଳେ ହାତୀ ପାଖକୁ ଯିବା ପାଇଁ ଚାହିଁ ଥିଲେ କିନ୍ତୁ ସତ ପାଦରେ ପଡ଼ିଯିବ ଆଶଙ୍କା କରି ସ୍ଥାନୀୟ ପଶୁ ବିଭାଗକୁ ଡାକି ଦେଇ ଅଫିସିଆଲ କାମ ସାରିଦେଇ ଅତି ତର ବରିଆ ଭାବେ ଗତ ଖୋଳି ହାତୀଟିକୁ ପୋତିଦେଲେ। ସେହି ସ୍ଥାନ ଛାଡି ଅଫିସ କୁ ଆସି ଲମ୍ବା ନିଶ୍ୱାସ ନେଲେ।

Advertisment

publive-image

ଏହାପରେ ଆରମ୍ଭ ହେଲା ସତ ଲୁଚାଇ ବା ପାଇଁ ମିଛ ଦସ୍ତଖତ ଅଭିଯାନ ସେଠାରେ ଉପସ୍ଥିତ ନଥିବା ଓ କିଛି ଜାଣିନଥିବା ଲୋକ ଓ ଜନପ୍ରତିନିଧିଙ୍କ ଠାରୁ ଦସ୍ତଖତ ମଧ୍ୟ ଅଣା ଯାଇଥିବା ମଧ୍ୟ ଅଭିଯୋଗ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଲାଣି। ସ୍ଥାନୀୟ ଲୋକ କହିବା ଅନୁସାରେ ଏକ ସପ୍ତାହ ପୂର୍ବରୁ ହାତୀ ଜଙ୍ଗଲରେ ରଡି କରୁଥିବାର ଶବ୍ଦ ଶୁଭୁଥିଲା କାହିଁକି ହାତୀ ଏତେ ମାତ୍ରରେ ରଡି କରୁଛି କାଳେ କୌଣସି ବିପଦ ଥଇପାରେ ବୋଲି ଆଶଙ୍କା ଉପୁଜୁଥିଲା। ଶେଷରେ ଏଭଳି ଘଟଣା ପଦାକୁ ଆସିଲା। ହାତୀକୁ ଶିକାରୀ ହତ୍ୟା କରି ଦାନ୍ତ କାଢ଼ି ନେଇଥିବା ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ସ୍ଥାନୀୟ ବନ ବିଭାଗ ମାଈ ହାତୀ ବୋଲି ସଫେଇ ଦେଉଛି। ଏ ଭଳି ହାତୀ ମୃତ୍ୟୁର ବିବାଦ ଖବର ପରେ ବାଲିଗୁଡା ଡିଏଫଓ ବିଶ୍ୱନାଥ ନୀଳାମ୍ବର ଶୁକ୍ରବାର ବେଲଘରରେ ପହଂଚି ହାତୀ ମୃତ୍ୟୁର ଘଟଣା ସ୍ଥଳକୁ ଯାଇଥିଲେ।

ହାତୀର ମୃତଦେହ ପୋତାଯାଇ ଥିବା ସ୍ଥାନ ଓ ପରିବେଶ ଦେଖି ଥିଲେ। ତୁମୁଡିବନ୍ଧ ଓ ବେଲଘର ରେଞ୍ଜର ସମେତ ଫରେଷ୍ଟ, ଫରେଷ୍ଟ ଗାର୍ଡ ଓ ସମସ୍ତ କର୍ମ ଚାରିଙ୍କୁ ବୁଝିଥିଲେ। ଶେଷରେ ଡିଏଫଓ ଗଣମାଧ୍ୟମକୁ କହିଥିଲେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହାତୀ ମୃତୁ ର କାରଣ ଜଣା ପଡିବ। ତେବେ ଡିଏଫଓ ମହୋଦୟ କଣ ରିପୋର୍ଟ ଜାଣିବାକୁ ଚାହୁଁଛନ୍ତି ରିପୋର୍ଟ ଆସିଲେ କଣ ପଦକ୍ଷେପ ନେବେ ସେନେଇ ସମସ୍ତଙ୍କ ଅପେକ୍ଷା। ତେବେ ହାତୀ ମୃତ୍ୟୁ ନେଇ ସନ୍ଦେହ ଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବୀ କରିଛନ୍ତି ପୂର୍ବତନ ଅଭୟାରଣ୍ୟ ବନ୍ୟଜନ୍ତୁ ସୁରକ୍ଷା ସଦସ୍ୟ ନେତ୍ର ମାନସେଠ। ହାତୀ ସୁରକ୍ଷା ନାଁରେ କୋଟି କୋଟି ଟଙ୍କା କେନ୍ଦ୍ର ସରକାର ଦେଉ ଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ବେପରୁଆ ମନଭା ହାତୀ ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି।