କନ୍ଧମାଳ: ଫିରିଙ୍ଗିଆ ପୁଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୯ ଜଣ ଜୁଆଡିଙ୍କୁ ବୁଧବାର ଗିରଫ କରିଛି। ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କେଳାପଡ଼ାର ଶୁଣ୍ଢିସାହିରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ପୁଲିସ ଘଟଣାସ୍ଥଳରୁ ୫ଟି ମୋବାଇଲ ଫୋନ ଜବତ କରିଛି।
ପୁଲିସ ଟୁକୁନା ଦିଗାଲ, ସଞ୍ଜୟ ଦିଗାଲ, ଜୟ ବେହେରା, ପ୍ରଭାତ କୁମାର ବେହେରୋ, ରମେଶ ବେହେରା, ସରଜିନ ନାୟକ, ଚିତ୍ରସେନ ଦିଗାଲ, ଭୋଲେଶ୍ୱର ଭୁକ୍ତା ଓ ଜିତ ପ୍ରଧାନଙ୍କୁ ଗିରଫ କରିଛି।