ଘୁ.ଉଦୟଗିରି: ଆଗକୁ ଶୀତ ୠତୁ ଆସୁଛି। ତା ପୂର୍ବରୁ ସକାଳୁ କୁହୁଡି ପଡିବା ଆରମ୍ଭ ହୋଇଯାଇଛି। ରାତି ବଢିଲେ କୁହୁଡି ପଡିବା ଆରମ୍ଭ ହେଉଛି। ବଡ଼ି ଭୋରରୁ ସାରା ଅଂଚଳ କୁହୁଡିମୟ ହେବା ଦେଖିବାକୁ ମିଳୁଛି। ରାସ୍ତାରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ କୁହୁଡି ଯୋଗୁଁ ସତର୍କତାର ସହ ଚଳାଚଳ କରୁଥିବାବେଳେ ସ୍ଥାନୀୟ ବାସିନ୍ଦା ବଡିଭୋରରୁ ଉଠି ସକାଳ ଭ୍ରମଣ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ ମଧ୍ୟ କରୁଛନ୍ତି।
ରାସ୍ତା କଡେ ଉଚ୍ଚ ପର୍ବତ ଜଙ୍ଗଲ ରହିଥିବାବେଳେ କୁହୁଡି ଯୋଗୁଁ ବାଦଲ ଏହି ପାହାଡ଼ ପର୍ବତ ଜଙ୍ଗଲର ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବିମୋହିତ କରୁଛି। ଏଭଳି କୁହୁଡି ପଡିଲେ ସ୍ଥାନୀୟ ଅଞ୍ଚଳରେ ଶୀତ ଅନୁଭୂତ ହେବା ସହ ବାହାର ପର୍ଯ୍ୟଟକ ଏହି ଅଞ୍ଚଳକୁ ଆସି ଶୀତ ଅନୁଭବ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି ପ୍ରତ୍ୟେକ ବର୍ଷ। ଚଳିତ ବର୍ଷ ବର୍ଷାର ପରିମାଣ କମ ରହିଥିବା ଯୋଗୁଁ ଶୀତ ବିଳମ୍ବରେ ଆସିବା ଆଶଙ୍କା ଥିବା ବେଳେ କୁହୁଡି ଆରମ୍ଭ ସହ ପାହାନ୍ତିଆ କାକର ଆରମ୍ଭ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/eT9ifXNIco7kbimenacf.jpg)