ଭିଜିଲାନସ୍‌ ଜାଲରେ ଫରେଷ୍ଟ ଗାର୍ଡ଼

ଫୁଲବାଣୀ : ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ଶଙ୍ଖରାଖୋଲ ବିଟ ହାଉସର ଫରେଷ୍ଟଗାର୍ଡ ମନୋରଂଜନ ଅମାତ ପଥର ପାଇଁ ଜଣଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନସ ଦ୍ୱାରା ଧରା ପଡି ଗିରଫ ହୋଇଛନ୍ତି।

ଜଙ୍ଗଲ କାଟି ପଥର ଆଣି କୂଅ ନିର୍ମାଣ କରୁଥିବା ଓ ଟଙ୍କା ନ ଦେଲେ ଜଙ୍ଗଲ ଆଇନ ଦେଖାଇ ହଇରାଣ କରିବାକୁ ଧମକଚମକ ଦେଇ ଶ୍ରୀ ଅମାତ ସ୍ଥାନୀୟ ଲାଇନପଡା ଶ୍ରୀକାଉଟି ଗାଁର ଶ୍ରୀମୁଖ କହଁରଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୋଜନା ଅନୁଯାୟୀ ଆଜି ସକାଳେ ଶ୍ରୀ କହଁର ବିଟ ହାଉସକୁ ଯାଇ ଫରେଷ୍ଟଗାର୍ଡ ଅମାତଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଫୁଲବାଣୀ ଭିଜିଲାନସ ଡିଏସ୍‌ପି ରବିକାନ୍ତ ସୁନା ଓ ଇନସପେକ୍ଟର ପି.ଛତ୍ରିଆ ଲାଞ୍ଚ ଟଙ୍କା ଜବତ କରିବା ସହ ଫରେଷ୍ଟଗାର୍ଡ ଅମାତଙ୍କୁ ଗିରଫ କରିଥିଲେ। ଚଢାଉରେ ଭିଜିଲାନସ କର୍ମଚାରୀ ଓ୍ଵାଇ.ବି ରବିକିରଣ,ଦିଲ୍ଲୀପ କୁାମର ପ୍ରଧାନ ଓ ରାମଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର