ଫୁଲବାଣୀ (ରଂଜନ ପ୍ରଧାନ): ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ‌ବେଳେ ଜଣେ ମହିଳା ଗୁରୁତର ଅଛନ୍ତି। ମୃତକଙ୍କ ମଧ୍ୟରେ ୩ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ମୃତକ ସମସ୍ତ ଗୋଛାପଡ଼ା ଥାନା ପାଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ ଟକେରିଗୁଡ଼ାର ଟିଲୁ ଦିଗାଲ ହୋଲି ଖେଳିବା ବାଳନ୍ଦାପଡ଼ା ଯାଉଥିବା ବେଳେ ବନ୍ଦୁଲି ଛକ ନିକଟରେ ସାମ୍ନା। ପେଟ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଦୁଇ ବାଇକ ଆରୋହୀ ସହ ଜଣେ ଶିଶୁ ଏବଂ ଗୋଟିଏ ମହିଳା ପାଖ ଗଛରେ ବଡୋଇ ହୋଇଥିଲେ। ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ମହିଳା ଏବଂ ୩ ବର୍ଷର ଶିଶୁ ଓ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା।

ଆହୁରି ପଢ଼ନ୍ତୁ: Truck Accident ବସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ଟ୍ରକର ଡ୍ରାଇଭର ଗୁରୁତର

ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ଗୁରୁତର ଓ ୩ ବର୍ଷର ଶିଶୁ ମୃତ୍ୟୁ ବରଣ କରିଥିବା ବେଳେ ମହିଳା ଜଣକ ଗୁରୁତର ଥିବା ଜଣା ପଡ଼ିଛି। ମୃତକମାନଙ୍କ ମଧ୍ୟରୁ ଜଣେ ହେଲେ ସଲାଗୁଡ଼ା ପଞ୍ଚାୟତର ଟିଲୁ ଦିଗାଲ (୩୦) ହୋଇଥିବା ବେଳେ ବାବୁଲା କହଁର (୩୮), କାର୍ତ୍ତିକ କହଁର (୩), ବାବନା କହଁର (୩୦) ଏବଂ ଗୁରୁତର ଥିବା ମହିଳା ବବିତା କହଁର ସମସ୍ତ  ପାଙ୍ଗା ପଞ୍ଚାୟତର ବୋଲି ଜଣା ପଡ଼ିଛି ଘଟଣା ସ୍ଥଳରେ ଗୋଛାପଡା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।