ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ୪ଟି ପୃଥକ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୨ ଶିଶୁ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରଥମ ଘଟଣା ମଧ୍ୟାହ୍ନ ସମୟ ଅନୁସାରେ ଆୟୁଷ ପ୍ରଧାନ କୁମ୍ଭାରକୁପା ଅଞ୍ଚଳର କନବାଗିରି ଦେଇ କେଉଁଆଡେ ଯାଇଥିଲେ ସେହି ସମୟରେ କୌଣସି କାରଣରୁ ଦୁର୍ଘଟଣା ହୋଇଥିଲେ, ତାଙ୍କୁ ସ୍ଥାନୀୟ ମେଡ଼ିକାଲ ଆଣି ଚିକିତ୍ସା କରିଥିଲେ। 

Advertisment

ପରେ ଅପରାହ୍ନ ସମୟରେ ତଲାରିମାହା ପଞ୍ଚାୟତ ଅନ୍ତର୍ଗତ ଜବେଡି ନିକଟରେ ମାଲିକାପୋଦି ପଞ୍ଚାୟତ ଅନ୍ତର୍ଗତ ଶିର୍କୀ ଗ୍ରାମର ଅଲେଖ ପ୍ରଧାନ କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ଓ ଆମ୍ବୁଲାନ୍ସ ଦ୍ବାରା ଘୁ ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ର ଆଣିଥିଲେ ଓ ଡାକ୍ତର ପ୍ରାଥମିକ ଚିକିତ୍ସା କିରି, ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୁଣି ଏକ ଦୁର୍ଘଟଣା କଳିଙ୍ଗା ପଞ୍ଚାୟତର ରାଇପଦା ବୁଲାଣୀରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଶିଶୁ ସମେତ ଜଣେ ମହିଳା ଓ ୩ ଜଣ ପୁରୁଷ ଗୁରୁତର ଆହତ ହୋଇ ଆମ୍ବୁଲାନ୍ସ ଓ ୧୧୨ ଗାଡ଼ିରେ ସ୍ଥାନୀୟ ମେଡ଼ିକାଲ ଆଣିଥିଲେ। 

ସୂଚନା ଅନୁସାରେ ଅବସରପ୍ରାପ୍ତ ସୈନିକ ଅନୁଜ କୁମାର୍ ପ୍ରଧାନ ବାଇକ୍‌ (ଓଆର ୧୨ ବି ୧୬୮୮) ବ୍ରହ୍ମପୁର ଠାରୁ ଘୁ ଉଦୟଗିରି କୁମ୍ଭାରକୁପା ଆସୁଥିଲେ। କଳିଙ୍ଗା ଘାଟି ଠାରୁ ଧରିତ୍ରୀ ପ୍ରଧାନ ଓ ଝିଅ ଶିଶୁଙ୍କୁ ଲିପ୍ଟ ଦେଇ ଆଣୁଥିଲେ। ଅପରପକ୍ଷରେ ଘୁ ଉଦୟଗିରି ଠାରୁ କଳିଙ୍ଗା ଆଡ଼କୁ ଓଡ଼ି ୧୨ ବି ୫୬୬୩ ନମ୍ବର ବିଶିଷ୍ଟ ଆର ୱାନ ଫାଇବ ବାଇକ୍ ସିଦ୍ଧାନ୍ତ ମହାପାତ୍ର ଓ ଶୁଭମ୍ ରଣା ଯାଉଥିବା ସମୟରେ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାଇପଦା ବୁଲାଣିରେ ଉଭୟ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଗାଡି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଜଣେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ବେଳେ ୨ ଜଣଙ୍କର ମୁଣ୍ଡରେ ଓ ହାତରେ ଗଭୀର ଆଘାତ ହୋଇଥିବା ବେଳେ ଜଣଙ୍କର ଗୋଡ ଭାଙ୍ଗିଛି ସେମାନଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ସେଠାରେ ଆମ୍ବୁଲାନ୍ସ ଓ ୧୧୨ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଘୁ ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ଅଶୋକ କୁମାର ପ୍ରଧାନ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା କରିବା ନିମନ୍ତେ ପଠାଇଥିଲେ। 

ଆହୁରି ପଢ଼ନ୍ତୁ: Truck Accident ବସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ଟ୍ରକର ଡ୍ରାଇଭର ଗୁରୁତର

ପରେ ସାନ୍ଧ୍ୟ ସମୟରେ ପୁଣି ଏକ ଦୁର୍ଘଟଣା ଘଟିଥିଲା ଯାହା ରଟିଙ୍ଗିଆ ପଞ୍ଚାୟତର ପଞ୍ଚାୟତ ସାହିର ରାଧେ ନାୟକର ପୁଅ ବାହାରେ ଖେଳୁଥିବା ସମୟରେ ଅଜଣା ବୁଲେଟ ଧକ୍କା ଦେଇ ଚମ୍ପଟ ମାରିଥିଲା। ତାଙ୍କୁ ତୁରନ୍ତ ଘୁ ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଓ ଚିକିତ୍ସା କରୁଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ବୁଲେଟ ଲଗେଇ ଫେରାର ହୋଇଥିବା ବେଳେ କାହାକୁ ଧରି ନାହାନ୍ତି। ଦୁଃଖର ବିଷୟ ଆଜି ସମସ୍ତେ ହୋଲି ପର୍ବ ଆନନ୍ଦ ଖୁସି ସହିତ ପାଳନ କରିଥିବା ବେଳେ ୪ଟି ପୃଥକ୍ ଦୁର୍ଘଟଣା ଅଞ୍ଚଳରେ ଛାୟା ଖେଳିଯାଇଛି।