ଘୁ. ଉଦୟଗିରି: ପ୍ରବଳ ଶୀତକୁ ଜାଡ଼ରେ କଲବଲ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଞ୍ଚଳବାସୀ। ଦିନକୁ ଦିନ ପାରଦ ତଲମୁଁହା ହେବା ସହ ଥଣ୍ଡାର ପ୍ରକୋପ ଵୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଶୀତଋତୁରେ ସବୁଠାରୁ କମ ତାପମାତ୍ରା ଆଜି ରେକର୍ଡ଼ କରାଯାଇଛି।
ଏହି ଖବର ପଢ଼ନ୍ତୁ: ରାୟଗଡ଼ା ରେଳ ଡିଭିଜନ୍ରୁ ଯାତାୟାତ, ପରିବହନ ସଂଯୋଗରେ ଉନ୍ନତି ଆଶା
ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ସ୍ଥାନିତ ହୋଇଥିବା ବେଳେ ପ୍ରବଳ ଥଣ୍ଡାକୁ ଜାଡ଼ ଲୋକଙ୍କୁ କଲବଲ କରୁଛି। ଚଳିତ ବର୍ଷ ଶୀତର ଲୁଚକାଳି ଖେଳ ଭିତରେ ହଟାତ ତାପମାତ୍ରା କମି ପ୍ରବଳ ଥଣ୍ଡା ହେବା ସମସ୍ତଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ବିଶେଷ କରି ଗରିବ ଅସହାୟ ବୟୋବୃଦ୍ଧ ଙ୍କ ପାଇଁ ଥଣ୍ଡା ଅସହ୍ୟ ହେବାରେ ଲାଗିଛି। ସଞ୍ଜ ନଇଁଲେ ଥଣ୍ଡାର ପ୍ରକୋପ ବଢିବା ସହ ସହର ବଜାର ଖାଁ ଖାଁ ଲାଗୁଛି। ଲୋକ ଘରେ ରହିବାକୁ ସୁରକ୍ଷିତ ମନେ କରୁଛନ୍ତି। କୁହୁଡ଼ି ସାଙ୍ଗକୁ ଥଣ୍ଡା ଆଃ କି ଶୀତ।
ଏହି ଖବର ପଢ଼ନ୍ତୁ: ସୁନ୍ଦରଗଡ଼ରେ ଚାଞ୍ଚଲ୍ଯ: ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ହାଣିଲେ
ପ୍ରବଳ ଥଣ୍ଡା ଯୋଗୁଁ ସକାଳୁ ଏବଂ ସନ୍ଧ୍ୟାରେ ଭ୍ରମଣ ଯାଉଥିବା ଲୋକଙ୍କ ସଂଖ୍ୟା କମିଯାଇଛି। ଆଗାମୀ ଦିନରେ ଆହୁରି ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଗତ ଦୁଇଦିନ ହେଲା ସହରର ତାପମାତ୍ରା ୪.୮ଡିଗ୍ରି ଥିବା ବେଳେ ଆଜି ପାରଦ ଆହୁରି ତଳକୁ ଖସି ୪.୬ ଡିଗ୍ରି ଥିବା ସୂଚନା ମିଳିଛି।
ଏହି ଖବର ପଢ଼ନ୍ତୁ: ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
ପ୍ରବଳ ଥଣ୍ଡାରେ ବାହାର ଜିଲ୍ଲା,ରାଜ୍ୟ ଏବଂ ବିଦେଶରୁ ପର୍ଯ୍ୟଟକମାନେ ଆସିବା ସହ ଶୀତର ମଜା ନେଉଛନ୍ତି। ବିଭିନ୍ନ ହିଲ ଷ୍ଟେସନକୁ ଯାଇ ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟ ଅସ୍ତର ମଜ୍ଜା ଉଠେଇ ନିଜ ନିଜ ମୋବାଇଲରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଦୃଶ୍ୟକୁ କେଏଦ କରି ରଖୁଥିବା ଦେଖୁବାକୁ ମିଳୁଛି। ସନ୍ଧ୍ୟା ହେଲେ ସହରର ବିଭିନ୍ନ ଛକଗୁଡ଼ିକରେ ନିଆଁ ଜାଳି ଲୋକ ବସିରହୁଥିବା ବେଳେ ଭୋରରୁ ମଧ୍ୟ ବିଭିନ୍ନ ଚା ଦୋକାନରେ ନିଆଁ ଜାଳି ସେଠାରେ ବସି ଚା ପିଇ ଖଟି କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି।
ଏହି ଖବର ପଢ଼ନ୍ତୁ: ଚୀନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର କାହିଁକି ନିରବ: ସଞ୍ଜୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/04/JXOXzVr8n1yj5FXawwyr.jpg)