ଘୁ.ଉଦୟଗିରି: ଚଳିତ ବର୍ଷ ପୂଜାପର୍ବଣ ପାଇଁ ଉତ୍ସବ ମୁଖର ସାରା ସହର। ମାଆ ଦୁର୍ଗାଙ୍କ ଭଷାଣି ସରିଥିବା ବେଳେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଜାରି ରହିଛି। ଘୁ.ଉଦୟଗିରି ପଦାସାହି, ବରାଳିନିସାହି ଓ ଲକ୍ଷ୍ମୀ ବଜାର ଠାରେ ଅସ୍ଥାୟୀ ପୂଜା ମଣ୍ଡପରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଛି। ଏଠାରେ ଭକ୍ତମାନେ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନାରେ ନିମଗ୍ନ ଅଛନ୍ତି। ସହରର ପ୍ରବେଶ ପଥରେ ପଡ଼େ ପଦାସାହି ଯେଉଁଠି ଅତି ସୁନ୍ଦର ଭାବରେ ସୁସଜ୍ଜିତ ମାଁ ଗଜଲକ୍ଷ୍ମୀଙ୍କ ପୂଜା ମେଢ଼ରେ କମିଟି ସଭାପତି ସନ୍ତୋଷ କୁମାର ବାଘଙ୍କ ତତ୍ତ୍ଵାବଧାନରେ ହେଉଥିବା ବେଳେ କର୍ତ୍ତା ଭାବେ ଭାଗବତ ଆରଜାଲି, ପୂର୍ଣ୍ଣଚନ୍ଦ୍ର ଓ ଅଶୋକ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ମାଁଙ୍କ ପୂଜା ପାଇଁ ଗାଁର ମହିଳା ପୁରୁଷ କଳସ ଯାତ୍ରାରେ ବାହାରି ନିକଟସ୍ଥ ନଦୀରୁ ପାଣି ଉଠାଯାଇଥିଲା ଓ ଲକ୍ଷ୍ମୀ ମନ୍ଦିର ଯାଇ ମାଁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ସହରର ପ୍ରବେଶ ପଥରେ ପଡ଼େ ପଦାସାହି ଯେଉଁଠି ଅତି ସୁନ୍ଦର ଭାବରେ ସୁସଜ୍ଜିତ ମାଁ ଗଜଲକ୍ଷ୍ମୀଙ୍କ ପୂଜା ମେଢ଼ରେ କମିଟି ସଭାପତି ସନ୍ତୋଷ କୁମାର ବାଘଙ୍କ ତତ୍ତ୍ଵାବଧାନରେ ହେଉଥିବା ବେଳେ କର୍ତ୍ତା ଭାବେ ଭାଗବତ ଆରଜାଲି, ପୂର୍ଣ୍ଣଚନ୍ଦ୍ର ଓ ଅଶୋକ କାର୍ଯ୍ୟ ସମ୍ପାଦନ କରୁଛନ୍ତି।
ସେହିପରି ସ୍ଥାନୀୟ ବରାଳିନି ମାର୍କେଟ ପୂଜା କମିଟି ସଭାପତି କ୍ରିଷ୍ଣା କୁମାର ତ୍ରିପାଠୀ, କର୍ତ୍ତା ଭାବେ ଶିବ ପ୍ରସାଦ ପାତ୍ର, ଲାଲୁ ପରିଚ୍ଛା, ଜଗନ୍ନାଥ ନାୟକ ଓ ଅନ୍ୟ ସଦସ୍ୟମାନଙ୍କ ସହଯୋଗରେ ଗଜଲକ୍ଷ୍ମୀ ପୂଜା ଆୟୋଜିତ ହୋଇଯାଇଛି। ସହରର ଲକ୍ଷ୍ମୀ ମାର୍କେଟ ଠାରେ ମଧ୍ୟ ପୂଜା କମିଟି ସଭାପତି ସତ୍ୟବ୍ରତ ସାହୁ, ଉପେନ୍ଦ୍ର ପାଢ଼ୀ, ଚନ୍ଦନ ସାହୁ ବିଶ୍ୱେଶ୍ୱର ସାହୁ ଓ କମିଟିର ଅନ୍ୟ ସଦସ୍ୟମାନଙ୍କ ସହଯୋଗରେ ଗଜଲକ୍ଷ୍ମୀ ପୂଜା ଆୟୋଜନ କରିଥିବା ବେଳେ କର୍ତ୍ତା ଭାବେ ଦେବୀ ପ୍ରସାଦ ଦାସ ପୂଜା କାର୍ଯ୍ୟ ନିର୍ବାହ କରୁଛନ୍ତି। ପାଗ ଭଲ ଥିବା ଯୋଗୁଁ ପୂଜା ମେଢ଼ ଗୁଡ଼ିକ ରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି।
ସହରରେ ଗଜଲକ୍ଷ୍ମୀ ପୂଜା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ନେଇ ସ୍ଥାନୀୟ ପୁଲିସ ଥାନା ଅଧିକାରୀ ବିଜୟ କୁମାର ସ୍ଵାଇଁଙ୍କ ତତ୍ତ୍ଵାବଧାନରେ ସମସ୍ତ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି।
Kandhamal